Jai Odisha
News

ଉନ୍ମୋଚିତ ହେଲା “ମାଟିର ମଣିଷ” ,ମୂର୍ତ୍ତି କାରିଗରମାନଙ୍କର ମିହିର ଦାସଙ୍କ ପ୍ରତି ନିଆରା ଶ୍ରଦ୍ଧାଞ୍ଜଳି

କଟକ ୧୧/୦୨: ଆଜି ମିହିର ଦାସଙ୍କର ୬୩ତମ ଜନ୍ମଦିନ,  ଉନ୍ମୋଚିତ ହେଲା “ମାଟିର ମଣିଷ” ମିହିର ଦାସଙ୍କ ପ୍ରତିମୂର୍ତ୍ତି । କଟକ ଶିଳ୍ପୀ କୁମ୍ଭାର ସାହିର କୁମ୍ଭକାର ମାନେ ଅଭିନେତା ମିହିର ଦାସଙ୍କର ସାତ ଫୁଟର ଏହି ପ୍ରତିମୂର୍ତ୍ତି ତିଆରି କରିଛନ୍ତି । ଆଜି ଶିଳ୍ପୀ କୁମ୍ଭାର ସାହିରେ ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ “ମାଟିର ମଣିଷ”କୁ ଉନ୍ମୋଚନ କରିଛନ୍ତି ।ମୂର୍ତ୍ତି କାରିଗର ମାନଙ୍କର ଶ୍ରଦ୍ଧାଞ୍ଜଳିର ଏଭଳି ନିଆରା ପ୍ରୟାସକୁ ଫିଲ୍ମ ଜଗତର ଵରଷ୍ଠ ଓ ଵିଶିଷ୍ଠ କଳାକାର ମାନେ ଵେଶ୍ ପ୍ରଶଂସା କରିଛନ୍ତି । କାରଣ ଶିଳ୍ପୀ କୁମ୍ଭାର ସାହିର କାରିଗର ମାନଙ୍କ ସହ ମିହିର ଦାସଙ୍କର ସମ୍ପର୍କ ଥିଲା ନିଆରା । ମିହିର କୁମ୍ଭକାର ମାନଙ୍କ ଉପରେ ‘ମାଟିର ଵନ୍ଧନ’ ନାଁରେ ଏକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେହି ଚଳଚ୍ଚିତ୍ରରେ କୁମ୍ଭାର ସାହିର କିଛି ଯୁଵ କୁମ୍ଭକାର ମଧ୍ୟ ଅଭିନୟ କରିଥିଲେ ।ସେଵେଠୁ ମିହିରଙ୍କର ଶିଳ୍ପୀ କୁମ୍ଭାର ସାହି ସହ ଏକ ସମ୍ପର୍କ ଗଢିଉଠିଥିଲା ।  ଆଜି ମିହିର ଦାସଙ୍କର ୬୩ତମ ଜନ୍ମଦିନରେ ଏହି ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି।

Leave A Reply

Your email address will not be published.