Jai Odisha
News

ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଝିପ୍‌ଝିପ୍ ବର୍ଷା

ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଝିପ୍‌ଝିପ୍ ବର୍ଷା ହୋଇଛି । ଏଥିସହିତ ବଢୁଥିବା ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଆଜିଠାରୁ ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଉପକୂଳ ଓଡିଶାର ଭଦ୍ରକ , କଟକ, କେନ୍ଦ୍ରାପଡା , ନୟାଗଡ, ଖୋର୍ଦ୍ଧା, ପୁରୀ ତଥା ଆଭ୍ୟନ୍ତରୀଣ ଓଡିଶାର ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ ପ୍ରଭୃତି କିଛି ଜିଲ୍ଲାରେ ମେଘୁଆ ପାଗ ସହ କୋହଲା ପାଗ ରହିଛି। ୯ ଜିଲ୍ଲାରେ କୋହଲା ପାଗ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।  ଶନିବାର ସକାଳୁ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସାଙ୍ଗକୁ ଝିପ୍‌ଝିପ୍‌ ବର୍ଷା ହୋଇଛି। ବର୍ଷା ଯୋଗୁଁ ଯାତାୟାତରେ ବାଧା ଉପୁଜିଛି।

Leave A Reply

Your email address will not be published.