Jai Odisha
News

ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ରାଜି ହେଲେ ଶିବକୁମାର

ନୂଆଦିଲ୍ଲୀ,୧୮।୫: ଦୀର୍ଘ ଆଲୋଚନା ଏବଂ ବିଚାର ବିମର୍ଶ ପରେ କର୍ନାଟକ କଂଗ୍ରେସ କମିଟି (ପିସିସି) ସଭାପତି ଡି.କେ. ଶିବକୁମାର ଉପମୁଖ୍ୟମନ୍ତ୍ରୀ ପଦକୁ ସ୍ବୀକାର କରିଥିବା ସୂଚନା ମିଳିଛି। ଦଳର ପୂର୍ବତନ ସଭାପତି ସୋନିଆ ଗାନ୍ଧୀଙ୍କ ହସ୍ତକ୍ଷେପ ପରେ ଏହା ସମ୍ଭବ ହୋଇଥିବା ଦଳ କହିଛି। ଦଳର ସୂତ୍ରରୁ ପ୍ରକାଶ ଯେ ଦଳର ସର୍ବୋଚ୍ଚ ନେତୃତ୍ୱ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କୁ ମୁଖ୍ୟମନ୍ତ୍ରୀ ଆସନ ପାଇଁ ଚୟନ କରାଯାଇଥିବା ବେଳେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ରହିବେ।

Leave A Reply

Your email address will not be published.