Jai Odisha
News

ଋଷର ମିସାଇଲ ମାଡ଼ରେ ୟୁକ୍ରେନରେ ୧୨ ମୃତ

କିବ୍‌ ,୨୭ା୧: ଥମୁନି ରୁଷ-ୟୁକ୍ରେନ୍‌ ଯୁଦ୍ଧ ।ଗୁରୁବାର ଦିନ ସମଗ୍ର ୟୁକ୍ରେନ୍‌ରେ ରୁଷୀୟ କ୍ଷେପଣାସ୍ତ୍ର ଆକ୍ରମଣ ଯୋଗୁଁ ୧୧ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଆଉ ୧୧ଜଣ ଆହତ ହୋଇଛି । ୟୁକ୍ରେନ୍‌ ଉପରେ କ୍ଷେପଣାସ୍ତ୍ର ସହ ଡ୍ରୋନ୍‌ରେ ଆକ୍ରମଣ କରିଛି ରୁଷ । ଏହି ଆକ୍ରମଣରେ ୟୁକ୍ରେନର ୩୫ରୁ ଅଧିକ କୋଠା ଭୁଶୁଡ଼ିପଡ଼ିଛି ।‘ଟେଲିଗ୍ରାମ୍‌’ରେ ୟୁକ୍ରେନୀୟ ଜରୁରୀକାଳୀନ ସେବା କହିଛି, ପାଶ୍ଚାତ୍ୟ ସପକ୍ଷବାଦୀ ଦେଶ ୟୁକ୍ରେନ୍‌ର ଶକ୍ତି ଭିତ୍ତିଭୂମିକୁ ଟାର୍ଗେଟ୍‌ କରି ରୁଷ୍‌ ପୁନର୍ବାର ବ୍ୟାପକ ଆକ୍ରମଣ କରିବାରୁ ୧୧ଜଣ ଲୋକଙ୍କର ମୃତ୍ୟୁ ଘଟିଛି, ଆଉ ୧୧ଜଣ ଲୋକ ଆହତ ହୋଇଛନ୍ତି। ଏହାଛଡ଼ା, ୟୁକ୍ରେନ୍‌ର ଅନେକ ଅଞ୍ଚଳରେ ବିଜୁଳି ବିଭ୍ରାଟ ମଧ୍ୟ ଘଟିଛି।କିବ୍‌କୁ ଟ୍ୟାଙ୍କ୍‌ ଯୋଗାଇ ଦେବା ପାଇଁ ଆମେରିକା ଓ ଜର୍ମାନି ଏକମତ ହେବାର ଦିନକ ପରେ ରୁଷ୍‌ ପୁନର୍ବାର ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଛି। ଏହାଛଡ଼ା, ୟୁକ୍ରେନୀୟ ସେନାକୁ ୪ଟି ଲେପର୍ଡ ଟ୍ୟାଙ୍କ୍‌ ଯୋଗାଇ ଦେବ ବୋଲି ମଧ୍ୟ କାନଡା ନିର୍ଭର ପ୍ରତିଶ୍ରୁତି ଦେଇଛି।ୟୁକ୍ରେନ୍‌ର ଜଣେ ଉଚ୍ଚସ୍ତରୀୟ ଜେନେରାଲ୍‌ କହିଛନ୍ତି ଯେ, ରୁଷ୍‌ ନିକ୍ଷେପ କରିଥିବା ୫୫ଟି କ୍ଷେପଣାସ୍ତ୍ରରୁ ୟୁକ୍ରେନୀୟ ବାୟୁସେନା ୪୭ଟିକୁ ଗୁଳି ମାରି ଖସାଇ ଦେଇଛି। ଦେଶର ଜରୁରୀକାଳୀନ ସେବାର ମୁଖପାତ୍ର ଓଲେକଜାଣ୍ଡର୍‌ ଖୋରୁଞ୍ଝି ଜାତୀୟ ଦୂରଦର୍ଶନକୁ ମୃତାହତଙ୍କ ସଂଖ୍ୟା ସଂକ୍ରାନ୍ତରେ ସୂଚନା ଦେଇଥିଲେ। ସମଗ୍ର ରାତି ଓ ସକାଳ ସୁଦ୍ଧା ହୋଇଥିବା କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ ଆକ୍ରମଣ ଯୋଗୁଁ ମୃତାହତ ହୋଇଥିବା ଲୋକଙ୍କ ସଂଖ୍ୟା କଥା ସେ କହିଥିଲେ ବୋଲି ‘ଦି କିବ୍‌ ଇଣ୍ଡିପେଣ୍ଡାନ୍‌ସ୍‌’ ରିପୋର୍ଟ କରିଛି।

Leave A Reply

Your email address will not be published.