Jai Odisha
News

ଋଷିଆ ଉପରେ ୟୁକ୍ରେନର ଆକ୍ରମଣ

କିଭ ୯।୬: ୟୁକ୍ରେନ ଉପରେ ଋଷିଆର ଯୁଦ୍ଧ ଘୋଷଣା ପରଠାରୁ ୟୁକ୍ରେନ ବାୟୁସେନା ଋଷର ୧ ହଜାର ୧୦୦ ଠିକଣା ଉପରେ ବିମାନ  ଆକ୍ରମଣ କରିଛି। ଏଥିରେ ଋଷିଆର ସୈନ୍ୟ ଉପକରଣ, ରସଦ କେନ୍ଦ୍ର ଓ ଋଷିଆ ଦ୍ୱାରା ଅଧିକୃତ କ୍ଷେତ୍ରକୁ ଟାର୍ଗେଟ କରାଯାଇଥିବା ବାୟୁସେନା କମାଣ୍ଡ ଏକ ବୟାନରେ କହିଛନ୍ତି। ୨୪ ଫେବୃଆରୀରେ କିଭ୍ ବିରୋଧରେ ଯୁଦ୍ଧଘୋଷଣା ପରଠାରୁ ବାୟୁସେନା ପୂର୍ଣ୍ଣମାତ୍ରାରେ ଋଷିଆ ଠିକଣାକୁ ଟାର୍ଗେଟ କରି ଆସୁଥିବା କୁହାଯାଇଛି। ୟୁକ୍ରେନ ବାୟୁସେନାର ବୋମାବର୍ଷି ବିମାନମାନେ ବୁଧବାର ଋଷିଆ ଉପରେ ବୋମା ଓ କ୍ଷେପଣାସ୍ତ୍ର ଆକ୍ରମଣ କରିଛନ୍ତି। ଉକ୍ରାୟିଂସ୍କା ପ୍ରାଭଦା ଦ୍ୱାରା ଊଧୃତ ଏକ ବୟାନ ଅନୁସାରେ ବାୟୁସେନା ବିମାନଙ୍କ ଆକ୍ରମଣ ଯୋଗୁ ଅନୁନ୍ୟ ୧୦ ସଶସ୍ତ୍ର ବାହନ ଓ ୨୪ରୁ ଅଧିକ ଋଷୀୟ ସୈନିକ ପ୍ରାଣ ହରାଇଛନ୍ତି। ଏହା ପୂର୍ବଦିନ ଅର୍ଥାତ ମଙ୍ଗଳବାର ୟୁକ୍ରେନୀ ବାୟୁସେନାର ଆଣ୍ଟି ଏୟାରକ୍ରାଫ୍ଟ ମିଜାଇଲ ୟୁନିଟ୍ ଋଷିଆର ୨ଟି ଓରଲୋନ-୧୦ ମାନବ ରହିତ ବିମାନଙ୍କୁ ଖସାଇ ଦେଇଥିଲେ।ବୟାନ ଅନୁସାରେ ମଙ୍ଗଳବାର ୟୁକ୍ରେନ ଷ୍ଟାଇକ୍ ଏୟାରକ୍ରାଫ୍ଟ ଋଷୀୟ ସୈନ୍ୟଙ୍କ ଇନ୍ଧନ ଓ ଅସ୍ତ୍ର ଡିପୋ ସହିତ ଗୋଳାବାରୁଦ ଗୋଦାମ ଉପରେ ଆକ୍ରମଣ କରିଥିଲେ। ଫଳରେ ଋଷିଆର ବ୍ୟାପକ କ୍ଷୟକ୍ଷତି ହୋଇଥିଲା।

Leave A Reply

Your email address will not be published.