Jai Odisha
News

ଏଏସଓ ପରୀକ୍ଷାରେ ବ୍ୟାପକ ତ୍ରୁଟି ଅଭିଯୋଗ, ଓପିଏସ୍‌ସି ଅଫିସ ସାମ୍ନାରେ ଧାରଣା

କଟକ, ୧୦।୧୧ ଓଡିଶା ଲୋକସେବା ଆୟୋଗ ପକ୍ଷରୁ କରାଯାଇଥିବା ଏଏସଓ ବା ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପରୀକ୍ଷାରେ ବ୍ୟପାକ ତ୍ରୁଟି  କରାଯାଇଥିବା ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ପରୀକ୍ଷାର୍ଥୀମାନେ ଓଡିଶା ଲୋକ ସେବା ଆୟୋଗ ବା ଓପିଏସି ସମ୍ମୁଖରେ ଧାରଣା ଦେଇଛନ୍ତି।ଧାରଣାର୍ଥୀ ପରୀକ୍ଷାର୍ଥୀଙ୍କ ଅଭିଯୋଗ ଯେ ପରୀକ୍ଷା ଖାତା ଦେଖାରେ ଜାଲିଆତି କରାଯାଇଛି। ଅନେକ ପିଲାଙ୍କର ପରୀକ୍ଷାରେ ସେଭଳି କୌଣସି ଭଲ ହୋଇନଥିଲେ ମଧ୍ୟ ସେମାନଙ୍କ ନାମ କୃତକାର୍ଯ୍ୟ ତାଲିକାରେ ପ୍ରକାଶ ପାଇଛି। ପରୀକ୍ଷା ଫଳ ପ୍ରକାଶ ପାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପିଲାଙ୍କ ମାର୍କ ପ୍ରକାଶ ପାଇନାହିଁ। କଟ୍ ଅଫ  ମାର୍କ ମଧ୍ୟ ପ୍ରକାଶ କରା ଯାଉନାହିଁ। ତେଣୁ ଏଏସଓ  ପରୀକ୍ଷା ଫଳରେ ଷଡଯନ୍ତ୍ର କରାଯାଇଥିବା ନେଇ ଧାରଣା ଦେଇଥିବା ପରୀକ୍ଷାର୍ଥୀ ଅଭିଯୋଗ  କରିଛନ୍ତି।  ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ଓପିଏସସି  ଅଧ୍ୟକ୍ଷ  ସେମାନଙ୍କ ସହ ଆଲୋଚନା  ପାଇଁ  ଆସିବାକୁ ସେମାନେ ଦାବି କରିଛନ୍ତି।

Leave A Reply

Your email address will not be published.