Jai Odisha
News

ଏଥର ଭୋଟରଙ୍କୁ ଆକୃଷ୍ଟ କରିବ ପୋଲିଂ ବୁଥର ୮ ଜବରଦସ୍ତ ସୁବିଧା 

ନିର୍ବାଚନ ଉଷ୍ମତା ବଢିବା ସହିତ ସାରା ଦେଶରେ ଗ୍ରୀଷ୍ମ ପ୍ରକୋପ ମଧ୍ୟ ଅନୁଭୂତ ହେଉଛି। ସାଧାରଣ ନିର୍ବାଚନ ପାଇଁ 1.48 ଲକ୍ଷ ମତଦାନ କେନ୍ଦ୍ର ସୃଷ୍ଟି ହେବ। ତେଣୁ ଏହି ଗୁଳୁଗୁଳି

ସମୟରେ ଭୋଟରମାନେ ମତଦାନ କେନ୍ଦ୍ରରେ କିଭଳି ସମସ୍ତ ସୁବିଧାରେ ନିଜର ମତଦାନ ସାବ୍ୟସ୍ତ କରିବେ ସେ ନେଇ ସମସ୍ତ ପ୍ରସ୍ତୁତି କରାଯାଇଛି। ଭୋଟରମାନେ ବି ଶୁଦ୍ଧ ପାନୀୟ ଜଳ ଏବଂ ଶୈାଚାଳୟ ପରି ଅନେକ ସୁବିଧା ପାଇପାରିବେ। ଲୋକସଭା ନିର୍ବାଚନ 2024 ପାଇଁ 543 ଲୋକସଭା ଆସନ ପାଇଁ ସାତୋଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ଏହି ଭୋଟିଂରେ 49.7 କୋଟି ପୁରୁଷ ଏବଂ 47.1 କୋଟି ମହିଳା ଭୋଟର ସେମାନଙ୍କ ମତଦନ କରିବେ। ଏଥି ସହିତ, 1.8 କୋଟି ଭୋଟର ପ୍ରଥମ ଥର ପାଇଁ ସେମାନଙ୍କର ଭୋଟ ଦେବେ | ବିଶ୍ୱର ସବୁଠାରୁ ବଡ ନିର୍ବାଚନ ପର୍ବ ପାଇଁ ନିର୍ବାଚନ ଆୟୋଗ ବିସ୍ତୃତ ବ୍ୟବସ୍ଥା କରିଛନ୍ତି।ନିର୍ବାଚନ ପାଇଁ 1.48 ଲକ୍ଷ ମତଦାନ କେନ୍ଦ୍ର ନିର୍ମାଣ କରାଯିବ। ଭୋଟରମାନେ ମତଦାନ କେନ୍ଦ୍ରରେ ପହଞ୍ଚିବା ପରେ ନିର୍ବାଚନ ଆୟୋଗଙ୍କ ଦ୍ବାରା କେଉଁ ବ୍ୟବସ୍ଥା କରାଯାଇଛି ଆସନ୍ତୁ ପ୍ରଥମେ ଜାଣିବା।

ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯିବ।

ଏହା ସହ ମତଦାନ କେନ୍ଦ୍ରରେ ଭୋଟରଙ୍କ ପାଇଁ ଶୈାଚାଳୟ ସୁବିଧା ଯୋଗାଇ ଦିଆଯିବ | ପୁରୁଷ ଏବଂ ମହିଳାଙ୍କ ପାଇଁ ପୃଥକ ଶୈାଚାଳୟ ନିର୍ମାଣ କରାଯିବ |

ଭୋଟରମାନେ ସହଜରେ ଇଭିଏମ୍ ରୁମରେ ପହଞ୍ଚି ପାରିବେ କି ନାହିଁ ନିଶ୍ଚିତ କରିବାକୁ ନିର୍ବାଚନ ଆୟୋଗ ମଧ୍ୟ ଫୁଟ୍ ଷ୍ଟେପ୍ ଷ୍ଟିକର୍ ଲଗାଇବେ।

ମତଦାନ ପାଇଁ ଆସୁଥିବା ଦିବ୍ୟାଙ୍ଗ କିମ୍ବା କୌଣସି କାରଣରୁ ଚାଲିବାରେ ଅସୁବିଧା ଭୋଗୁଥିବା ଭୋଟରଙ୍କ ପାଇଁ ହ୍ୱିଲ୍ ଚେୟାର ବ୍ୟବସ୍ଥା କରାଯିବ।

ଭୋଟରମାନେ ଭୋଟ୍ ଦେବାରେ ଯେଭଳି କୈାଣସି ଅସୁବିଧାର ସମ୍ମୁଖୀନ ନହେବେ ସେଥିପାଇଁ ହେଲ୍ପ ଡେସ୍କ ବ୍ୟବସ୍ଥା ମଧ୍ୟ କରାଯିବ। ଏଥି ସହିତ ସୁବିଧା କେନ୍ଦ୍ର ମଧ୍ୟ ନିର୍ମାଣ କରାଯିବ।

ମତଦାନ ସମୟରେ କେନ୍ଦ୍ରରେ ଭୋଟରମାନେ କୈାଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ ସେଥିପାଇଁ ନିର୍ବାଚନ ଆୟୋଗର ଅଧିକାରୀଙ୍କୁ ନିଶ୍ଚିତ କରିବାକୁ ପଡିବ ଯେ ମତଦାନ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣର ଆଲୋକ ବ୍ୟବସ୍ଥା ରହିଛି।ଗ୍ରୀଷ୍ମ ଋତୁରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ମତଦାନ କେନ୍ଦ୍ରଗୁଡ଼ିକୁ ସଂପୂର୍ଣ୍ଣ ଭାବେ ଶେଡ ଦ୍ୱାରା ଆଚ୍ଛାଦିତ କରାଯିବ | ଯାହାଦ୍ବାରା ମତଦାତାମାନେ ବିନା କୈାଣସି ଅସୁବିଧାରେ ନିଜ ମତଦାନ କରିପାରିବେ।

Leave A Reply

Your email address will not be published.