Jai Odisha
News

ଏପ୍ରିଲ ୨୫ରୁ ଆଇସିଏସ୍‌ଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା

ଭୁବନେଶ୍ୱର ୦୪/୦୩ : ଏପ୍ରିଲ ୨୫ ତାରିଖରୁ କାଉନସିଲ୍‌ ଫର ଦ ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏକଜାମିନେସନ୍‌ ବା ସିଆଇଏସସିଇର ଦଶମ ଓ ଦ୍ୱାଦଶ ପରୀକ୍ଷା ଆରମ୍ଭ ହେବ । ଏନେଇ ପରିଷଦର ମୁଖ୍ୟ ନିର୍ବାହୀ ତଥା ସଚିବ ଗେରି ଆରାଥନ୍‌ ସୂଚନା ଦେଇଛନ୍ତି । ସିଆଇଏସସିଇର ଦଶମ ବା ଇଣ୍ଡିଆନ ସାର୍ଟିଫିକେଟ୍‌ ଅଫ୍‌ ସେକେଣ୍ଡାରୀ ଏଜୁକେସନ୍‌ ଏକଜାମିନେସନ୍‌ (ଆଇସିଏସଇ) ପରୀକ୍ଷା ଏପ୍ରିଲ ୨୫ରୁ ଆରମ୍ଭ ହୋଇ ମେ’ ମାସ ୨୦ ତାରିଖରେ ସରିବ ।   ପରୀକ୍ଷା ଦିନ ୧୧ଟା ବେଳେ ଆରମ୍ଭ ହୋଇ ୧୨ଟା୩୦ରେ ସରିବ । ଆରମ୍ଭ ହେବାର ୧୦ ମିନିଟ୍‌ ପୂର୍ବରୁ ପ୍ରଶ୍ନପତ୍ର ଦିଆଯିବ । ସେହିପରି ଦ୍ୱାଦଶ ବା ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ (ଆଇଏସସି) ପରୀକ୍ଷା ଏପ୍ରିଲ ୨୫ରୁ ଆରମ୍ଭ ହୋଇ ଜୁନ୍‌ ୬ରେ ସରିବ । ଦ୍ୱାଦଶ ପରୀକ୍ଷା ଅପରାହ୍ନ ୨ଟାରେ ଆରମ୍ଭ ହେବ । ହେଲେ ପ୍ରଶ୍ନପତ୍ର ୧ଟା୫୦ରେ ଦେବା ସହିତ ପ୍ରଶ୍ନ ପତ୍ର ପଢିବା ପାଇଁ ୧୦ ମିନିଟ୍‌ ସମୟ ଦିଆଯିବ । ପ୍ର

Leave A Reply

Your email address will not be published.