Jai Odisha
News

ଏମିତି ବି ଆସେ ମୃତ୍ୟୁ….କୂଅ ଭିତରେ ଖସିପଡି ୨ ଭାଇଙ୍କ ଜୀନନ ଗଲା

ସମ୍ବଲପୁର ୦୯/୧୧:  କୂଅ ଭିତରେ ପଡି ଆଖିବୁଜିଲେ ୨ ଭାଇ। କୂଅ ନନ୍ଦ ଉପରେ ବସିଥିବା ବେଳେ ଜଣେ ଭାରସାମ୍ୟ ହରାଇ କୂଅ ଭିତକୁ ଖସିବା ବେଳେ ଅନ୍ୟଜଣଙ୍କ ଟାଣି ଦେଇଥିଲେ। ଫଳ​‌ରେ ଉଭୟ ୩୦ ଫୁଟ୍ କୂଅ ଭିତରେ ଗଳିପଡିଲେ। ତେବେ ଉପରକୁ ଉଠିବା ବହୁ ଚେଷ୍ଟା ପରେ ଉଭୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଭଳି ଅଭାନୀୟ ଘଟଣା ସମ୍ବଲପୁର ଲକ୍ଷ୍ମୀଟକିଜ ଅଞ୍ଚଳରେ ଘଟିଛ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚ ଉଭୟଙ୍କୁ କୂଅ ଭିତରୁ ଉଦ୍ଧାର କରାଯାଇଛି।   ସୂଚନା ମୁତାବିକ, ଗତକାଲି ରାତିରେ ଲକ୍ଷ୍ମୀଟକିଜ ଅଞ୍ଚଳରେ ୨ ଭାଇ ସୁନୀଲ ତ୍ରିପାଠୀ ଓ ସୁଶୀଲ ତ୍ରିପାଠୀ କୂଅ ନନ୍ଦରେ ବସିଥିବା ବେଳେ ଜଣଙ୍କ ଭାରସାମ୍ୟ ହରାଇ ଭିତକୁ ଗଳିପଡିଥିଲେ। ସେ ସାହାରା ପାଇଁ ପାଖରେ ବସିଥିବା ଭାଇକୁ ଟାଣିବା ସମୟରେ ଉଭୟ କୂଅ ଭିତରକୁ ଖସିପଡିଥିଲେ।ଉଭୟ ପାଣି ବାହାରିବା ପାଇଁ ବହୁ ଚେଷ୍ଟା କରିବା ପରେ ବିଫଳ ହୋଇଥିଲେ। ଘଟଣା ସମ୍ପର୍କରେ ଅଗ୍ନଶମ ବାହୀନିକୁ ସୂଚନା ଦିଆଯାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଏକ ଟିମ୍ ପହଞ୍ଚି କୂଅ ଭିତରୁ ଉଭୟଙ୍କ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି।

Leave A Reply

Your email address will not be published.