Jai Odisha
News

ଏସିଆ କପ୍‌:ଆଜି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ଦୁବାଇ,  ୨୮/ ୦୮: ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶନିବାର ଠାରୁ ଆରମ୍ଭ ହୋଇଯାଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ଆଫଗାନିସ୍ତାନ ୮ ୱିକେଟ୍‌ରେ ପରାସ୍ତ କରିଛି । ଆଜି ଟୁର୍ଣ୍ଣାମେଣ୍ଟର ୨ୟ ମ୍ୟାଚ ଭାରତୀୟ ସମୟ ଅନୁସାରେ ରାତି ସାଢ଼େ ୭ଟାରେ ଖେଳାଯିବ । ଭାରତ ଓ ପାକିସ୍ତାନ ମଧ୍ୟରେ ଏହି ମ୍ୟାଚ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ।  ଭାରତ ବିଶ୍ୱକପର ପ୍ରତିଶୋଧ ନେବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ଏଥି ପାଇଁ ଉଭୟ ଦଳ ବଳ କଷିଛନ୍ତି । ଭାରତ ବିଶ୍ୱକପର ପ୍ରତିଶୋଧ ନେବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ଏସିଆ କପ୍ ର ଡିଫେଣ୍ଡିଂ ଚାମ୍ପିୟନ ହେଉଛି ଭାରତ। ଉଭୟ ଦଳ ୯ ଥର ମୁହାଁମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ଭାରତ ୬ଥର ଏବଂ ପାକିସ୍ତାନ ୨ ଥର ବିଜୟୀ ହୋଇଛି। ୧୦ ମାସ ପୂର୍ବରୁ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପରେ ଉଭୟ ଟିମ୍ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ଭାରତକୁ ପାକିସ୍ତାନ ହାତରୁ ପରାଜିତ ହେବାକୁ ପଡ଼ିଥିଲା ।  ବିରାଟ କୋହଲି ଓ ରୋହିତ ଶର୍ମା ଭଳି ଧୂରନ୍ଧର ବ୍ୟାଟର ଭାରତୀୟ ଟିମ୍‌ରେ ଥିଲେ । ରୋହିତ ଶର୍ମା ଆଜି ପାକିସ୍ତାନକୁ ପରାସ୍ତ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବେ ବୋଲି ଭାରତୀୟ ପ୍ରଶଂସକ ଆଶାବାଦୀ ।   ପାକିସ୍ତାନ ବିପକ୍ଷରେ ରୋହିତ ଶର୍ମା ଦୀର୍ଘ ଦିନର ବ୍ୟବଧାନ ପରେ ଟି-୨୦ ଫର୍ମାଟକୁ ଫେରିଥିବା କେଏଲ ରାହୁଲଙ୍କୁ ଇନିଂସ ଆରମ୍ଭ କରିବା ପାଇଁ ସୁଯୋଗ ଦେଇପାରନ୍ତି । ରୋହିତ ଓ ରାହୁଲଙ୍କ ଯୋଡ଼ି ବିସ୍ଫୋରକ ବ୍ୟାଟିଂ କରିବାରେ ଧୂରନ୍ଧର । ଏହି ଦୁଇ ଖେଳାଳିଙ୍କ ପାଖରେ ବଡ଼ ସ୍କୋର କରିବାର ସାହସ ରହିଛି । ୩ୟ କ୍ରମରେ ବିରାଟ କୋହଲି ପଡ଼ିଆକୁ ଓହ୍ଲାଇବା ସୁନିଶ୍ଚିତ । କୋହଲି ପାକିସ୍ତାନ ବିପକ୍ଷରେ ସବୁ ବେଳେ ଭଲ ଖେଳି ଆସିଛନ୍ତି ।  ରୋହିତ ଶର୍ମା ମଧ୍ୟ କ୍ରମରେ ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଓହ୍ଲାଇପାରନ୍ତି । ଦୁବାଇର ପିଚ ସବୁବେଳେ ସ୍ପିନରଙ୍କ ପାଇଁ ସହଯୋଗ କରିଥାଏ । ତେଣୁ ରୋହିତ ପାକିସ୍ତାନ ବିପକ୍ଷ ମ୍ୟାଚରେ ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ ଅଶ୍ୱିନ ଓ ଯୁଜବେନ୍ଦ୍ର ଚହଲଙ୍କୁ ସ୍ଥାନ ଦେଇପାରନ୍ତି । ଏହି ଖେଳାଳିମାନେ ବୋଲି ଓ ବ୍ୟାଟିଂ ସମେତ ଫିଲ୍ଡିଂ କ୍ଷେତ୍ରରେ ମହାରଥୀ ଭଳି କାମ କରନ୍ତି ।

Leave A Reply

Your email address will not be published.