Jai Odisha
News

ଏସିଆ କପ୍‌ ,ଆଫଗାନିସ୍ତାନକୁ ୨୧୪ ରନ୍‌ର ଟାର୍ଗେଟ୍

ଦୁବାଇ,୦୮/୦୯: ଏସିଆ କପ୍‌ ୨୦୨୨ରେ ଆଫଗାନିସ୍ତାନ   ଭାରତ ବିପକ୍ଷରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳ ଓପନରଙ୍କ ଦ୍ୱାରା ଏକ ଶକ୍ତିଶାଳୀ ଆରମ୍ଭ ହୋଇଥିଲା। ବିରାଟ କୋହଲି ଏବଂ କେ.ଏଲ୍ ରାହୁଲ ପ୍ରଥମ ୱିକେଟ୍ ଭିତରେ ୧୧୯ ରନ୍‌ର ପାର୍ଟନରସିପ୍‌ କରିଥିଲୋ। ୪୧ଟି ବଲରେ ୬୨ ରନ୍ କରିବା ପରେ କେଏଲ ରାହୁଲ ପାଭିଲିୟନକୁ ଫେରିଥିଲେ। ଏହି ଟୁର୍ନାମେଣ୍ଟରେ ରାହୁଲଙ୍କର ଏହା ପ୍ରଥମ ଅର୍ଦ୍ଧଶତକ ଅଟେ। ଏହା ପରେ କ୍ରିଜକୁ ଆସିଥିବା ସୂର୍ଯ୍ୟକୁମାର ଯାଦବ ପ୍ରଥମ ବଲରେ ଛକା ମାରି ଖାତା ଖୋଲି‌‌ଥିଲେ। କିନ୍ତୁ ପରବର୍ତ୍ତୀ ବଲରେ ସେ ଆଉଟ୍‌ ହୋଇଯାଇଥିଲେ।  ତେବେ ବିରାଟ ଶେଷ ପର୍ଯ୍ୟନ୍ତ ଖେଳ ଜାରି ରଖିଥିଲେ। କେଏଲ୍ ରାହୁଲଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିବା ସୂର୍ଯ୍ୟ କୁମାର ଯାଦବ ଆଜିବି ଫେଲ୍ ମାରିଥିଲେ। ପ୍ରଥମ ବଲ୍‌ରେ ୬ ମାରିବା ପରେ ଦ୍ୱିତୀୟ ବଲ୍‌ରେ କ୍ଲିନ ବୋଲ୍ଡ ହୋଇଯାଇଥିଲେ। ଏହାପରେ ପନ୍ତଙ୍କ ସହ ମିଶି ଶେଷ ପର୍ଯ୍ୟନ୍ତ ଭାରତ ସ୍କୋର ବଢାଇଥିଲେ ବିରାଟ। ଆଜି ସେ ନିଜର ୭୧ ତମ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ। ବିରାଟ ୬୧ ବଲ୍‌ରେ ଆଜି ୧୨୨ ରନ୍ କରି ଅପରାଜିତ ରହିଥିଲେ। ଅନ୍ୟପଟେ ପନ୍ତ ମଧ୍ୟ ୧୬ ବଲ୍‌ରେ ୨୦ ରନ୍ କରି ଅପରାଜିତ ରହିଛନ୍ତି। ଆଫଗାନିସ୍ତାନ ପକ୍ଷରୁ ଆଜି କୌଣସି ବୋଲର ଯାଦୁ ଚାଲିନଥିଲା। ଦଳ ପକ୍ଷରୁ କେବଳ ପରୀଦ ଦୁଇଟି ୱିକେଟ୍ ନେଇଥିବା ବେଳେ ଅନ୍ୟ କୌଣସି ବୋଲର ୱିକେଟ୍ ନେବାର ସଫଳ ହୋଇ ନଥିଲେ। ଦଳ ଆଜି ଅନେକ ମିସ୍‌ ଫିଲ୍ମଡିଂ କରିଥିବାରୁ ଭାରତ ଆଫଗାନିସ୍ତାନକୁ ୨୧୪ ରନ୍‌ର ଟାର୍ଗେଟ୍ ଦେଇଛି।

Leave A Reply

Your email address will not be published.