Jai Odisha
News

ଏୟାର ଇଣ୍ଡିଆରେ ତିନୋଟି ଏୟାରଲାଇନ୍ସକୁ ମିଶାଇବ ଟାଟା

 

ନୂଆଦିଲ୍ଲୀ ୧୮।୧୧: ଟାଟା ଗ୍ରୁପ ତାଙ୍କର  ଏୟାରଲାଇନ୍ସ କାରବାରକୁ  ମଜଭୁତ କରିବା ଲାଗି ଉଦ୍ୟମ କରୁଛନ୍ତି। ସରକାରଙ୍କ ଅଧିନରେ ଥିବା ବିମାନସେବା କମ୍ପାନି ଏୟାର ଇଣ୍ଡିଆର ଅଧିଗ୍ରହଣ କରିବା ପରେ ଏବେ ଏହାର ପୁନର୍ଗଠନ ଓ ସଂପ୍ରସାରଣ ଯୋଜନା ଉପରେ କାମ କରିବା ଆରମ୍ଭ କରିଛି ଟାଟା ଗ୍ରୁପ ।  ଏଥିରେ ଗ୍ରୁପ ତାଙ୍କର ଅଲଗା ଅଲଗା ୪ ବିମାନ ସେବା ପ୍ରଦାନକାରୀ ବ୍ରାଣ୍ଡକୁ ଏୟାର ଇଣ୍ଡିଆ ବ୍ରାଣ୍ଡ ଅମ୍ବ୍ରେଲାରେ ଚଳେଇବାକୁ ଚାହୁଁଛନ୍ତି।  ଏହି ଯୋଜନା ଅନୁସାରେ ଟାଟା ଗ୍ରୁପ ଅଧିନରେ ଥିବା ସମସ୍ତ ବିମାନ ସେବା କମ୍ପାନି- ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ, ବିସ୍ତାରା ଓ ଏୟାରଏସିଆ ଇଣ୍ଡିଆର ମିଶ୍ରଣ କରାଯିବ । ଏୟାର ଇଣ୍ଡିଆ ବ୍ରାଣ୍ଡ ଅଧିନରେ ଏହି ମିଶ୍ରଣ ପରେ ସୃଷ୍ଟ ବୃହତ କମ୍ପାନି କାମ କରିବ ବୋଲି ଜାତୀୟ ସ୍ତରର ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।ସୂତ୍ର ଅନୁସାରେ ଭାରତର ସବୁଠୁ ବଡ ଗ୍ରୁପ ଭିସ୍ତାରା ବ୍ରାଣ୍ଡକୁ ସମାପ୍ତ କରିବା ଲାଗି ମଧ୍ୟ ବିଚାର କରାଯାଉଛି, ଯାହା ଭାରତରେ ସିଙ୍ଗାପୁର ଏୟାର ଲାଇନ୍ସ ଲମିଟେଡର ସ୍ଥାନୀୟ ୟୁନିଟ୍ ହୋଇଥିବା ବେଳେ ଟାଟା ଗ୍ରୁପର ସହଯୋଗୀ ମଧ୍ୟ। ତେବେ ଏହି ସୂଚନା ଅତ୍ୟନ୍ତ ଗୋପନୀୟ ବୋଲି କୁହାଯାଉଛି। ତଥ୍ୟାଭିଜ୍ଞ ମହଲ ଅନୁସାରେ ସିଙ୍ଗାପୁର ଏୟାର ଲାଇନ୍ସ(ଏସଆଇଏ) ମିଳିତ ୟୁନିଟ୍‌ରେ ଏବେ ନିଜ ଅଂଶର ଆକାର ମୂଲ୍ୟାୟନ କରୁଛନ୍ତି।  ଭିସ୍ତାରା ହେଉଛି ସିଂଗାପୁର ଏୟାରଲାଇନ୍ସ ଓ ଟାଟା ଗ୍ରୁପର ଏକ ଯୌଥ ଉଦ୍ୟମ । ସେହପରି ଏୟାର ଏସିଆ-ଇଣ୍ଡିଆ ହେଉଛି ମାଲେସିଆର ଏୟାର ଏସିଆ ଓ ଟାଟା ଗ୍ରୁପ ମଧ୍ୟରେ ଏକ ଯୌଥ ଉଦ୍ୟମ । ମିଶ୍ରଣ ଯୋଜନା ଅନୁସାରେ ପ୍ରଥମେ ଏୟାର ଏସିଆ-ଇଣ୍ଡିଆକୁ ଏୟାରଇଣ୍ଡିଆ ଏକ୍ସପ୍ରେସ ସହ ମିଶ୍ରଣ କରାଯିବ । ଏହି ମିଶ୍ରଣ ପ୍ରକ୍ରିୟା ୧୨ ମାସରେ ଶେଷ ହେବ। ଏହା ପରେ ଏୟାର ଇଣ୍ଡିଆ ଓ ଭିସ୍ତାରାର ମିଶ୍ରଣ କରାଯିବ ।

 

Leave A Reply

Your email address will not be published.