Jai Odisha
News

ଐତିହାସିକ ବାରବାଟୀ ଷ୍ଟାଡିଅମ ଭାଙ୍ଗିବାକୁ ବିରୋଧ

ବାରବାଟୀ ଷ୍ଟାଡିଅମ ଭାଙ୍ଗିବାକୁ ବିରୋଧ

କଟକ : ଐତିହ୍ୟ ସଂସ୍କୃତିର ପ୍ରତୀକ ବାରବାଟୀ ଷ୍ଟାଡିୟମକୁ ଭାଙ୍ଗିବା ପାଇଁ ହେଉଥ‌ିବା ଉଦ୍ୟମକୁ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ବିରୋଧ | ଐତିହ୍ୟ, ସଂସ୍କୃତି, ପରମ୍ପପରା ଓ ଅସ୍ମିତାର ପ୍ରତୀକ ବାରବାଟୀ ଷ୍ଟାଡିୟମକୁ ଭାଙ୍ଗିବା ପାଇଁ ଯେଉଁ ଉଦ୍ୟମ କରାଯାଇଛି । ତହାକୁ ଉତ୍କଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଭୈରବ ମହାନ୍ତିଙ୍କ ଠାରୁ ଆରମ୍ଭକରି ବିଜୁ ପଟ୍ଟନାୟକ, ଡକ୍ଟର ହରେକୃଷ୍ଣ ମହତାବଙ୍କ ଭଳି ରାଜନୈତିକ ନେତା ଓ କଟକ ବାରବାଟୀ ପ୍ରେମୀଙ୍କ ଉଦ୍ୟମ ଫଳରେ ଏହି ଷ୍ଟାଡିୟମ ପ୍ରତିଷ୍ଠା କରାଯାଇଥିଲା । ବାରବାଟୀ ଷ୍ଟାଡିୟମ ଓଡ଼ିଶାର ଏକ ଐତିହାସିକ ସ୍ଥଳ । ଓଡିଶା କ୍ରିକେଟ ଆସୋସିଏସନ୍ ସହିତ ଆଲୋଚନା କରି ଷ୍ଟାଡିୟମକୁ ଭାଙ୍ଗିବା ପାଇଁ ଯେଉଁ ଉଦ୍ୟମ ଆରମ୍ଭ କରାଯାଇଛି ତାକୁ ରାଜ୍ୟର ସମସ୍ତ ଓଡ଼ିଆ ପ୍ରେମୀ ବିରୋଧ କରିବା ପାଇଁ ଅତ୍କଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ରାଜ୍ୟ ଆବାହକ ବରିଷ୍ଠ ଆଇନଜୀବୀ ସୁବ୍ରତ କୁମାର ନନ୍ଦ ଏକ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଷ୍ଟାଡିୟମ୍‌ର ବନୀକରଣକୁ ସଂଗଠନ ବିରୋଧ କରୁନାହିଁ । ମାତ୍ର ଐତିହ୍ୟ ସଂପନ୍ନ ବାରବାଟୀ ଷ୍ଟାଡିୟମକୁ ଭାଙ୍ଗିବାକୁ ବିରୋଧ କରୁଛି । ବାରବାଟୀ ଷ୍ଟାଡିୟମ୍‌କୁ ନ ଭାଙ୍ଗି ଅନ୍ୟ ଜାଗାରେ ଷ୍ଟାଡିୟମ କରିବା ପାଇଁ ସଂଗଠନ ପକ୍ଷରୁ ଦାବୀ କରାଯାଇଛି ।

Leave A Reply

Your email address will not be published.