Jai Odisha
News

ଓଡ଼ିଆ ଚଳଚ୍ଚିତ୍ର ଭୋଟର ଟ୍ରେଲର ରିଲିଜ

ଆଗାମୀ ଚଳଚ୍ଚିତ୍ର ଭୋଟର ଟ୍ରେଲର ରିଲିଜ

ଭୁବନେଶ୍ୱର : ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ ନିର୍ବାଚନରେ ନାଗରିକଙ୍କ ସହଭାଗିତାର ସଚେତନତାକୁ ନେଇ ରିଲିଜ ହୋଇଛି ଆଗାମୀ ଓଡ଼ିଆ ଚଳଚିତ୍ର “ଭୋଟ” ର ଟ୍ରେଲର। ଆଜି ରାଜଧାନୀର ଏକ ଘରୋଇ ହୋଟେଲରେ ଟ୍ରେଲର ରିଲିଜ ହୋଇଥିବା ବେଳେ ଫେବୃଆରୀ ୨୩ରେ ଶୁଭମୁକ୍ତି କରିବ ଏହି ଚଳଚିତ୍ର। ତେବେ “ଭୋଟ” ବେଳ ପାଖେଇ ଆସୁଥିବାରୁ ଦର୍ଶକଙ୍କ ମନରେ ଆଗ୍ରହ ବଢ଼ିବାରେ ଲାଗିଛି। ଏହି ଆଗ୍ରହକୁ ନେଇ ଭୋଟରଙ୍କୁ ସଚେତନତା କରିବା ପାଇଁ ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ରିତୁପ୍ରିୟା ପ୍ରଡ଼କସନ୍ସ ବ୍ୟାନର ରେ ଅତୀଶ କୁମାର ରାଉତ ଙ୍କ ପ୍ରଯୋଜନା ରେ ନିର୍ମିତ ହୋଇଛି ଓଡ଼ିଆ ଚଳଚିତ୍ର ଭୋଟ। ନିଚ୍ଛକ ମୌଳିକ କାହାଣୀକୁ ନେଇ ସିନେମା ତିଆରି ହୋଇଥିବା ବେଳେ ମଞ୍ଚ ଦୁନିଆର ଅନେକ ବିଶିଷ୍ଟ କଳାକାରଙ୍କୁ ନେଇ ନିର୍ମାଣ ହୋଇଛି ଚଳଚ୍ଚିତ୍ର ଭୋଟ । ମଂଚ କଳାକାର ମାନେ ସିନେମାର ପ୍ରତିଟି ଚରିତ୍ରକୁ ସୁନ୍ଦର ଭାବେ ଚିତ୍ରିତ କରିଛନ୍ତି । ଗାଁର ଭୋଟ ଓ ଭୋଟରଙ୍କ ମିଜାଜକୁ ସିନେମାଟି ପ୍ରସ୍ତୁତ ହୋଇଥିବା ବେଳେ ଭୋଟ ସମୟରେ କିଭଳି ଅନେକ ସମ୍ପର୍କ ଭାଙ୍ଗିଯାଏ ଅନେକ ପରିବାରରେ ତିକ୍ତତା ଆସିଯାଏ ସେହିସବୁ ଦ୍ରୁଷ୍ଟିଭଙ୍ଗୀକୁ ନେଇ ଗତିଶୀଳ ହୋଇଛି ଓଡ଼ିଆ କାହାଣୀ । ମୌଳିକ କାହାଣୀ ସହ ଗଣତନ୍ତ୍ରର ନିଛକ ସତ ଉପରେ ଚଳଚିତ୍ର ପରିବେଷିତ ହୋଇଥିବା ବେଳେ ଦର୍ଶକଙ୍କ ହୃଦୟକୁ ଛୁଇଁବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି ।ଅଜୟ ମହାପାତ୍ରଙ୍କ ସୁ-ପ୍ରସିଦ୍ଧ ମଞ୍ଚ ନାଟକର କାହାଣୀକୁ ନିର୍ଦ୍ଦେଶନା ଦେଇଛନ୍ତି ନବାଗତ ଯୁବ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ର । ଚିତ୍ରତ୍ତୋଳନ ଦାୟିତ୍ୱ ତୁଲାଇଛନ୍ତି କେରଲା ଷ୍ଟୋରୀ ର କ୍ୟାମେରାମାନ ପ୍ରଶାନ୍ତନୁ ମହାପାତ୍ର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ଦାସ । ସମ୍ପାଦନା କରିଥିଲେ ସ୍ବର୍ଗତ ରବି ପଟ୍ଟନାୟକ।

 

Leave A Reply

Your email address will not be published.