Jai Odisha
News

ଓଡ଼ିଶାକୁ ମିଳିଲା ସ୍ପୋର୍ଟସ ଷ୍ଟାର ଆୱାର୍ଡ

ଭୁବନେଶ୍ୱର,୨୭ା୨  : କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ଅନନ୍ୟ କାର୍ଯ୍ୟକ୍ରମ ପାଇଁ  ଓଡ଼ିଶାକୁ ମିଳିଲା ସ୍ପୋର୍ଟସ ଷ୍ଟାର ଆୱାର୍ଡ ପୁରସ୍କାର ପ୍ରଦାନ କରାଯାଇଛି ।ଚତୁର୍ଥଥର ପାଇଁ ଓଡ଼ିଶା ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇଛି । କ୍ରୀଡା କ୍ଷେତ୍ରରେ ଉତ୍କୃଷ୍ଟତା, ପ୍ରତିଯୋଗୀତା, କୋଚିଂ, ଭିତ୍ତିଭୂମି ଓ ପ୍ରତିଭାଧର କ୍ରୀଡାବିତଙ୍କ ପାଇଁ କଲ୍ୟାଣ ଯୋଜନାର ମିଳିତ ଭୂମିକାରେ ପ୍ରତିଷ୍ଠା ପାଇଥିବା ଓଡ଼ିଶାର ସ୍ପୋର୍ଟସ ମଡେଲ୍ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି । ପୁରସ୍କାର ପାଇଁ ହିନ୍ଦୁ ଗ୍ରୁପ ତଥା ସ୍ପୋର୍ଟସ ଷ୍ଟାରକୁ ଧନ୍ୟବାଦ ଦେଇ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାରକୁ ଓଡ଼ିଶାର ଜନସାଧାରଣଙ୍କୁ ଉତ୍ସର୍ଗ କରିଛନ୍ତି ।   କ୍ରୀଡା ପ୍ରୋତ୍ସାହନ କ୍ଷେତ୍ରରେ ଓଡିଶାକୁ “Best State for Promotion of Sports” ପୁରସ୍କାର। କ୍ରୀଡା ପତ୍ରିକା ସ୍ପୋର୍ଟସ ଷ୍ଟାର ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସୋମବାର ମୁମ୍ବାଇରେ ହିନ୍ଦୁ ଗ୍ରୁପ ଦ୍ୱାରା ଆୟୋଜିତ ‘Sportstar Aces-2023 Awards’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ମୁମ୍ବାଇଠାରେ ହିନ୍ଦୁ ଗ୍ରୁପ୍‌ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ହିନ୍ଦୁର ସମ୍ପାଦକ ସୁରେଶ ନମ୍ବଥ ଏବଂ ପ୍ରସିଦ୍ଧ କ୍ରିକେଟ ଖେଳାଳୀ ସୁନୀଲ ଗାଭାସ୍କରଙ୍କଠାରୁ ଶ୍ରୀ ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରିଥିଲେ । ଏହାକୁ ସେ ଓଡ଼ିଶାର ଜନସାଧାରଣଙ୍କୁ ଉତ୍ସର୍ଗ ମଧ୍ୟ କରିଥିଲେ |ଏହି ପୁରସ୍କାର ପାଇଁ ବିଚାରକମଣ୍ଡଳୀରେ ପୂର୍ବତନ ଭାରତୀୟ କ୍ରିକେଟ କ୍ୟାପଟେନ ସୁନୀଲ ଗାଭାସ୍କରଙ୍କ ନେତୃତ୍ୱରେ କ୍ରୀଡ଼ାବିତ ଅଭିନବ ବିନ୍ଦ୍ରା, ଅପର୍ଣ୍ଣା ପୋପଟ, ଅଞ୍ଜଳି ଭଗବତ, ବାଇଚୁଙ୍ଗ ଭୁତିଆ, ଏସଏମ ସୌମ୍ୟ ଓ ବିଶ୍ୱନାଥନ ଆନନ୍ଦ ପ୍ରମୁଖ ସଦସ୍ୟ ରହିଥିଲେ । ଏଥିପୂର୍ବରୁ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ୍‌ର ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ଭେଟିଥିଲେ । ଆଗାମୀ ଦିନରେ ରିଲାଏନ୍ସ ଗ୍ରୁପ୍ ଓଡ଼ିଶାରେ ପୁଞ୍ଜିନିବେଶ କରିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ଶ୍ରୀ ପଟ୍ଟନାୟକ ମୁକେଶଙ୍କୁ ହକିର ଜର୍ସି ମଧ୍ୟ ଉପହାର ଦେଇଥିଲେ । ସେହିଭଳି ସିଏଟ୍ ଗ୍ରୁପ୍‌ର ଅନନ୍ତ ଗୋଏଙ୍କା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । କ୍ରୀଡ଼ାବିତମାନେ ହେଉଛନ୍ତି ପ୍ରକୃତ ରାଷ୍ଟ୍ରଦୂତ। ସେମାନଙ୍କୁ ସହଯୋଗ ଯୋଗାଇବା ଓ ସବୁ କ୍ଷେତ୍ରରେ ଉତ୍ସାହିତ କରିବା ଆମର ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସୋମବାର ସନ୍ଧ୍ୟାରେ ମୁମ୍ବାଇଠାରେ ଆୟୋଜିତସ୍ପୋର୍ଟ୍ସଷ୍ଟାର ପକ୍ଷରୁ ଏକ କାର୍ଯ୍ୟକ୍ରମରେ ସ୍ପୋର୍ଟ୍ସଷ୍ଟାର ଆସେସ୍ ଆୱାର୍ଡ ଗ୍ରହଣ ଅବସରରେ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି । ସେ କହିଥିଲେ ଯେ ବିଶ୍ୱ କ୍ରୀଡ଼ା କ୍ଷେତ୍ରରେ କ୍ରୀଡ଼ାବିତମାନଙ୍କ ଅବଦାନକୁ ମର୍ଯ୍ୟାଦା ପ୍ରଦାନ କରିବା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ଏକ ସୁନ୍ଦର ପ୍ଲାଟଫର୍ମ । ଏହା ଆମର ଆଗାମଦିନର ପ୍ରତିଭାବାନ କ୍ରୀଡ଼ାବିତମାନଙ୍କୁ ପ୍ରୋତ୍ସାହିତ କରିବ ।କ୍ରୀଡା ପ୍ରୋତ୍ସାହନ କ୍ଷେତ୍ରରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ଏହି ପୁରସ୍କାର ମିଳିଛି । ପ୍ରସିଦ୍ଧ କ୍ରୀଡା ପତ୍ରିକା ସ୍ପୋର୍ଟସ ଷ୍ଟାର ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି ।  ମୁମ୍ବାଇରେ ଆୟୋଜିତ ସ୍ପୋର୍ଟସ ଷ୍ଟାର ଆସେସ୍-୨୦୨୩ ଆୱାର୍ଡସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ବେଷ୍ଟ ଷ୍ଟେଟ୍ ଫର୍ ପ୍ରମୋସନ୍ ଅଫ୍ ସ୍ପୋର୍ଟସ ପୁରସ୍କାର ଗ୍ରହଣ କରିଛନ୍ତି ।

 

 

Leave A Reply

Your email address will not be published.