Jai Odisha
News

ଓଡ଼ିଶାଗସ୍ତରେ ମୋଦି,ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି

ଭୁବନେଶ୍ବର,୧୦।୫: ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ ଉତ୍ସବ ପୁରୀରେ ଅନୁଷ୍ଠିତ ହେବାକୁ ଯାଉଛି।ତେବେ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇପାରନ୍ତି ବୋଲି ସୂଚନା ଦେଇଛନ୍ତି ଭାଜପା ସାଧାରଣ ସମ୍ପାଦକ ପୃଥ୍ବ୍ବୀରାଜ ହରିଚନ୍ଦନ।ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ସୂଚନା ଦେଇଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, ମୋଦି ବନ୍ଦେ ଭାରତ ଏକ୍ସପ୍ରେସର ପ୍ରତିଟି ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ତେଣୁ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସର ସେ ଲୋକାର୍ପଣ କରିପାରନ୍ତି।ସେ କହିଛନ୍ତି, ଯେହେତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଟି ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଉଥିବାର ଦେଖିବାକୁ ମିଳୁଛି, ସେଦୃଷ୍ଟିରୁ ସେ ପୁରୀରେ ବି ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କରିପାରନ୍ତି। ଏହା  ବିଜେପି ଦଳୀୟ କର୍ମକର୍ତ୍ତାଙ୍କର ବି ଇଚ୍ଛା। ତାଛଡ଼ା ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଓଡ଼ିଶାର ବିକାଶ ଦିଗରେ ଏକ ମାଇଲଖୁଣ୍ଟ। ଏନେଇ କୌଣସି ତାରିଖ ସ୍ଥିରୀକୃତ ହୋଇନାହିଁ। ତେବେ ରଥଯାତ୍ରା ପୂର୍ବରୁ ପୁରୀରେ ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ ହେବ।

Leave A Reply

Your email address will not be published.