Jai Odisha
News

ଓଡ଼ିଶାର ୪ ପୁଲିସଙ୍କୁ ମିଳିବ ପଦକ : କେନ୍ଦ୍ର ସରକାର

ଭୁବନେଶ୍ବର,୧୨/୮ : ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାର ୪ ପୁଲିସଙ୍କୁ ମିଳିବ ପଦକ। ଦେଶରେ ମୋଟ୍‌ ୧୫୧ ଜଣ ପୁଲିସ ଅଧିକାରୀଙ୍କୁ ଏହି ପଦକ ମିଳିବାକୁ ଥିବାବେଳେ, ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ଜଣେ ଡିଏସ୍‌ପି ଓ ୩ଜଣ ଇନ୍ସପେକ୍ଟରଙ୍କୁ ରହିଛନ୍ତି। ଡିଏସ୍‌ପି ସୁମିତ୍ରା ଜେନା, ଇନ୍ସପେକ୍ଟର ଆଶିଷ ଜେନା, ଇନ୍ସପେକ୍ଟର ଅନୁସୂୟା ନାୟକ ଏବଂ ଇନ୍ସପେକ୍ଟର ରମେଶ ପ୍ରଧାନ ତଦନ୍ତରେ ଉତ୍କର୍ଷତା ପାଇଁ ପାଇବେ ପଦକ।ଏହି ପୁରସ୍କାର ପାଇଥିବା ପୋଲିସ କର୍ମଚାରୀଙ୍କ ମଧ୍ୟରେ ସିବିଆଇର ୧୫ ଜଣ, ମହାରାଷ୍ଟ୍ର ପୋଲିସର ୧୧ ଜଣ, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶ ପୋଲିସର ୧୦ ଜଣ, କେରଳ, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗ ପୋଲିସର ୮ ଜଣ ଅଛନ୍ତି। ଦିଲ୍ଲୀ ପୋଲିସର ୬ ଜଣ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଏହି ପଦକ ପ୍ରଦାନ କରାଯିବ। ଏହା ବ୍ୟତୀତ ଅନୁସନ୍ଧାନକାରୀ ଏଜେନ୍ସି ଏନଆଇଏ ଏବଂ ଏନସିବିର ୫-୫ ଅଧିକାରୀ ଏଥିରେ ଜଡିତ ଅଛନ୍ତି। ବାକି ପୋଲିସ ଅନ୍ୟ ରାଜ୍ୟ ତଥା ୟୁନିଅନ୍ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.