Jai Odisha
News

ଓଡ଼ିଶା ଆସୁଛନ୍ତି ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ

ଭୁବନେଶ୍ବର,୨୪।୧: ଆଜି ଓଡ଼ିଶା ଆସୁଛନ୍ତି ବିଶିଷ୍ଟ ଶିଳ୍ପପତି ମୁକେଶ ଆମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନି। ଅପରାହ୍ନ ୨ଟାରୁ ସାଢେ଼ ଦୁଇଟା ମଧ୍ୟରେ ସେ ଭୁବନେଶ୍ଵର ବିମାନ ବିନ୍ଦରରେ ପହଞ୍ଚିବେ ବୋଲି ସୂଚନା ମିଳିଛି। ଏହାପରେ ପୁରୀ ଯାଇ ଜଗନ୍ନାଥ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ସେ ଭୁବନେଶ୍ଵର ଆସି ମୁମ୍ବାଇ ଫେରିଯିବେ ବୋଲି ସୂଚନା ରହିଛି। ଏହି କାରଣରୁ ଭୁବନେଶ୍ଵର ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Leave A Reply

Your email address will not be published.