Jai Odisha
News

ଓଡ଼ିଶା ଡ୍ରାଇଭର୍ ମହାସଂଘର ଆନ୍ଦୋଳ : ନନବୀନ ନିବାସ ଅଭିମୁଖେ ଚାଲିଛି ଶୋଭାଯାତ୍ରା

ଭୁବନେଶ୍ବର,୦୮/୧୧: ଆଜି  ରାଜଧାନୀରେ ଓଡ଼ିଶା ଡ୍ରାଇଭର୍ ମହାସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଛି। ଏଥିଲାଗି ଭୁବନେଶ୍ବରରେ ପହଁଞ୍ଚିଛନ୍ତି ଶହଶହ ଗାଡ଼ି ଚାଳକ। ୧୧ ଦଫା ଦାବିରେ ଆନ୍ଦୋଳନରତ ଚାଳକମାନେ ଆଜି ଦଣ୍ଡବତ କରିକି ଭୁବନେଶ୍ବରରେ ପହଞ୍ଚିଛନ୍ତି।   ବିଭିନ୍ନ ଦାବି ନେଇ ରସୁଲଗଡ଼ରୁ ବାହାରି ନବୀନ ନିବାସ ଅଭିମୁଖେ ଯାଉଛି ଶୋଭାଯାତ୍ରା । ଦଣ୍ଡବତ କରି ନବୀନ ନିବାସ ଅଭିମୁଖେ ଯାଉଛି ଶୋଭାଯାତ୍ରା । ଡ୍ରାଇଭରଙ୍କୁ ଅଟକାଇବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।ଡ୍ରାଇଭରମାନଙ୍କ ଦାବି ଯେପର୍ଯ୍ୟନ୍ତ ସରକାର ନଶୁଣିବେ ସେମାନେ ଏମିତି ଭାରବେ ନିଜର ଦାବି ଜଣାଇବେ ବୋଲି ଅଡି ବସିଛନ୍ତି। ଏହା ପୂର୍ବରୁ ମଧ୍ୟ ଏପରି ଭାବରେ ବାରମ୍ୱାର ଅଭିଯୋଗ କରିଆସୁଛନ୍ତି ଡ୍ରାଇଭର ମହାସଂଘ। ହେଲେ ସରକାର ସେମାନଙ୍କ ଗୁହାରି ଶୁଣୁନଥିବା ଅଭିଯୋଗ।

Leave A Reply

Your email address will not be published.