Jai Odisha
News

ଓଡ଼ିଶା ମାନବାଧିକାର କମିଶନ ସଦସ୍ୟ ପଦରୁ ଇସ୍ତଫା ଦେଲେ ଜଷ୍ଟିସ ରଘୁବୀର ଦାସ

ଭୁବନେଶ୍ବର ,,୧୨।୨:ଓଡ଼ିଶା ମାନବାଧିକାର କମିଶନ ସଦସ୍ୟ ପଦରୁ ଇସ୍ତଫା ଦେଲେ ଜଷ୍ଟିସ ରଘୁବୀର ଦାସ |ଜଷ୍ଟିସ ରଘୁବୀର ଦାସ ଓଡ଼ିଶା ମାନବାଧିକାର କମିଶନ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏ ନେଇ ସେ ରାଜ୍ୟପାଳଙ୍କୁ ଚିଠି ଲେଖି ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି । ଓଡ଼ିଶା ମାନବାଧିକାର କମିଶନର ଅଧ୍ୟକ୍ଷଙ୍କ ନିଯୁକ୍ତି ପ୍ରସଙ୍ଗକୁ ନେଇ ସେ ତାଙ୍କ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି । ନିକଟରେ ଓଡ଼ିଶା ମାନବାଧିକାର କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିବା ବ୍ୟକ୍ତି ହାଇକୋର୍ଟରେ ରଘୁବୀର ଦାସଙ୍କ କନିଷ୍ଠ ପାହ୍ୟାରେ ଥିବାରୁ ସେ ଏହି ପଦବୀରୁ ଇସ୍ତଫା ଦେଇଛନ୍ତି । ନିକଟରେ ଓଡ଼ିଶା ମାନବାଧିକାର କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ଜଷ୍ଟିସ ଶତ୍ରୁଘନ ପୂଜାହାରୀ। ତେଣୁ ଆତ୍ମ ସମ୍ମାନ ଦୃଷ୍ଟିରୁ ପଦ ଛାଡ଼ିଥିବା ସେ କହିଛନ୍ତି ।

Leave A Reply

Your email address will not be published.