Jai Odisha
News

ଓଡିଶାର ୩ ଜଣଙ୍କୁ ରାଷ୍ଟ୍ରପତିଙ୍କ ଫ୍ଲୋରେନ୍ସ ନାଇଟଏଙ୍ଗେଲ ପୁରସ୍କାର

ଭୁବନେଶ୍ବର , ୭।୧୧ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୧ ନିମନ୍ତେ ନର୍ସିଂ ବୃତ୍ତିଧାରୀଙ୍କୁ ରାଷ୍ଟ୍ରପତି ଭବନ ଠାରେ ସୋମବାର ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ୍ ପୁରସ୍କାର ପ୍ରଦାନ କରିଛନ୍ତି । ସାରା ଦେଶର ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳ ଗୁଡିକରୁ ସମୁଦାୟ ୫୧ ଜଣଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ୍ ପୁରସ୍କାର  ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୭ ଜଣ ହେଉଛନ୍ତି ଏଏନ୍‌ଏମ୍ , ୪ ଜଣ ଏଲ୍‌ଏଚ୍‌ଭି ଏବଂ ୩୦ ଜଣ ନର୍ସ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନର୍ସ ମାନଙ୍କୁ ଫ୍ଲୋରେନ୍ସ ନାଇଟଏଙ୍ଗେଲ ସମ୍ମାନରେ ସମ୍ମାନୀତି କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନଜନ ଉପାଧୀ ପ୍ରଦାନ କରାଯାଇଛି । ପ୍ରତିବର୍ଷ ଭାରତୀୟ ନର୍ସିଂ ପରିଷଦ ଦ୍ୱାରା ବିଭିନ୍ନ ବର୍ଗର ନର୍ସ ମାନଙ୍କୁ ଚୟନ କରି ପୁରସ୍କୃତ କରାଯାଇଥାଏ । ବ୍ରିଟିଶ ନର୍ସ ଫ୍ଲୋରେନ୍ସ ନାଇଟଏଙ୍ଗେଲଙ୍କ ସମାନର୍ଥେ ସ୍ୱାସ୍ଥ୍ୟସେବାରେ ଉଲ୍ଲେଖନୀୟ ଯୋଗଦାନ କରିଥିବା ନର୍ସମାନଙ୍କୁ ଏହି ସମ୍ମାନଜନକ ଉପାଧି ପ୍ରଦାନ କରାଯାଇଥାଏ ।   ଓଡିଶାର ୩ ଜଣ ନର୍ସଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସେମାନେ ହେଲେ  ଜଗତସିଂହପୁର DDHରେ କାର୍ଯ୍ୟରତ ଖୁଲାନା ବାରିକ ,  ବ୍ରହ୍ମପୁର ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ନର୍ସ ଶିବାନୀ ଦାଶ ଏବଂ ଏଏନ୍‌ଏମ୍ ଦମୟନ୍ତୀ ରାଉତ ।

Leave A Reply

Your email address will not be published.