Jai Odisha
News

ଓଡିଶା ରାଜସ୍ୱ ଅମଲା ସଂଘ ବୈଠକ

ନବରଙ୍ଗପୁର ,୦୮।୦୩:ଆଜି ଓଡିଶା ରାଜସ୍ୱ ଅମଲା ସଙ୍ଘ, ଜିଲ୍ଲା ଶାଖା ବଲାଙ୍ଗିର ର ଏକ ସାଧାରଣ ବୈଠକ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ମିଶ୍ର ଙ୍କ ସଭାପତିତ୍ୱ ରେ ସ୍ଥାନୀୟ ପାଟଣାଗଡ ସ୍ଥିତ କାହ୍ନ। ଉଦ୍ୟାନ ରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ପ୍ରଥମେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପରେ ବନ୍ଦେ ଉତ୍କଳ ଜନନୀ ଗୀତ ପରିବେଷଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ସଭାପତି ଶ୍ରୀ ମିଶ୍ର ପ୍ରାରମ୍ଭିକ ଭାଷଣ ପ୍ରଦାନ କରିବା ପରେ ସଂଘର ସମ୍ପାଦକ ଚୈତନ୍ୟ ବାଗ ସମ୍ପାଦକୀୟ ବିବରଣୀ ପାଠ କରିବା ପରେ ଜିଲ୍ଲା କୋଷାଧ୍ୟକ୍ଷ ସୁରେନ୍ଦ୍ର ବାବୁ ସଂଘର ଆୟ ବ୍ୟୟ ର ବିବରଣୀ ପ୍ରଦାନ କରିଥିଲେ।ବିଧିବଦ୍ଧ ଭାବରେ ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ମୁଖ୍ୟ ଅତିଥି ତଥା ଓଡିଶା ରାଜସ୍ୱ ଅମଲା ସଙ୍ଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ ତାଙ୍କ ଅଭିଭାଷଣ ପ୍ରଦାନରେ କହିଥିଲେ ଯେ, ରାଜ୍ୟ ସରକାର ଆମର ବହୁତ ଦାବି ପୂରଣ କରିସାରିଛନ୍ତି ଏବଂ ଆଉ କିଛି ମୁଖ୍ୟ ଦାବି ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ଦାବି ପୂରଣ କରିବା ପାଇଁ ଅହରହ ଚେଷ୍ଟା ଚାଲିଛି। ରାଜ୍ୟ ଆକ୍ସନ କାଉନସିଲର ଅଧ୍ୟକ୍ଷ ପ୍ରସନ୍ନ କୁମାର ନାୟକ ସଂଘକୁ ଦୃଡ଼ ମଜବୁତ ରଖିବା ପାଇଁ ଉପସ୍ଥିତ ଥିବା ସମସ୍ତ ରାଜସ୍ୱ ଅମଲା ମାନଙ୍କୁ ପରାମର୍ଶ ଦେଇଥିଲେ। ଯେଉଁ ରାଜସ୍ୱ ଅମଲା ସଭ୍ୟ ମାନେ ଓଡ଼ିଶା ରାଜସ୍ୱ ସେବାକୁ ପଦୋନ୍ନତି ପାଇଛନ୍ତି, ସେମାନଙ୍କୁ ସ୍ୱତନ୍ତ୍ର ଭାବେ ସଂମ୍ମାନୀତ କରାଯାଇଥିଲା।ବଲାଙ୍ଗୀର ଜିଲ୍ଲାର କାର୍ଯ୍ୟକାରୀ ସଭାପତି, ଓଡିଶା ରାଜସ୍ୱ ସେବା ପଦବୀ କୁ ପଦୋନ୍ନତି ପାଇଥିବାରୁ ଖାଲି ପଡିଥିବା କାର୍ଯ୍ୟକରି ସଭାପତି ପଦବୀ ପାଇଁ ସର୍ବସନ୍ନମତି କ୍ରମେ ସୁଧାକର ମହାପାତ୍ର ଙ୍କୁ ଚୟନ କରାଯାଇଥିଲା। ରାଜସ୍ୱ ଅମଲା ସଙ୍ଘର ଆଜିର ଏହି ବୈଠକ ର ମୁଖ୍ୟ ଆକର୍ଷଣ ଥିଲେ ବଲାଙ୍ଗୀର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ମହେନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଅନନ୍ତ ନାରାୟଣ ସିଂ ଲାଘୁରି, ତହସିଲଦାର ବଲାଙ୍ଗୀର ଏବଂ ଜିଲ୍ଲା ସବ ରେଜିଷ୍ଟ୍ରେର, ପଦ୍ମନାଭ ପୁରୋହିତ। ସମସ୍ତ ନିମନ୍ତ୍ରିତ ଅତିଥି ଙ୍କୁ ସଙ୍ଘ ତରଫରୁ ଉପଢୌକନ ଦେଇ ସଂମ୍ମାନୀତ କରାଯାଇଥିଲା। ମଞ୍ଚ ପରିଚାଳନା କରିଥିଲେ ଜ୍ୟୋତି ପ୍ରକାଶ ସାହୁ ଏବଂ ରଶ୍ମିତା ନାଗ। ପାଟଣାଗଡ ର ସାରସ୍ୱତ କଳା ପରିଷଦ ଏବଂ ସଂଘର ସଭ୍ୟ ମାନଙ୍କ ଦ୍ୱାରା ମନରଞ୍ଜନ ଜନିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ଜିଲ୍ଲାର ଅସିତ କୁମାର ମହାଙ୍କୁଡ, ଗିରିଜା ଶଙ୍କର ମହନ୍ତ,ଗଗନ ବିହାରୀ ଗୋସ୍ୱାମୀ, ତାମ୍ବରୁ ଚରଣ ବେଶ୍ରା, ନୂଆପଡା ଜିଲ୍ଲା ଶାଖାର ସଭାପତି, ସୁରଜିତ ମହାର୍ଥ, ନବରଙ୍ଗପୁର ଜିଲ୍ଲା ଶାଖା ସମ୍ପାଦକ, ତ୍ରିଲୋଚନ ନାୟକ, ସୁନିଲ କୁମାର ଦାସ, କଳାହାଣ୍ଡି ଜିଲ୍ଲାର ସମ୍ପାଦକ, ଆଶୁତୋଷ ମିଶ୍ର,ବଲାଙ୍ଗୀର ଜିଲ୍ଲାର ଟିକେ ଲାଲ ବେହେରା, ସରୋଜ ବାବୁ, ଉମାକାନ୍ତ ପଟେଲ, ଦିଲ୍ଲୀପ ମିଶ୍ର, ଦିଲ୍ଲୀପ ସାହୁ, ଯୁଗଳ କିଶୋର ରାଉତ, ବ୍ରଜ ବନ୍ଧୁ ଠାକୁର, ଅନିରୁଦ୍ଧ ବୁଡେକ, ପ୍ରସନ୍ନ ମେହେର, ସରୋଜ ନନ୍ଦ,କୀର୍ତ୍ତି ରଞ୍ଜନ ମିଶ୍ର, ସ୍ୱାଗତିକା ମିଶ୍ର, ପ୍ରଜ୍ଞା ପରମିତା ଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.