Jai Odisha
News

ଓଦା ହାତରେ ଫ୍ୟାନ ସୁଇଚ ମାରି ଜୀବନ ହାରିଲେ ଚାଷୀ

କୋଣାର୍କ,୧୩/୨: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ଘଟିଛି l ପୁରୀଜିଲ୍ଲା ଗୋପ ଥାନା ଅନ୍ତର୍ଗତ କୋରୁଆଳ ପାଞ୍ଚେଣା ଗ୍ରାମର ବିକ୍ରମ ବିଶ୍ୱାଳ (୨୮) ବର୍ଷ ବିଲରୁ କାମସାରି ଓଦା ବସ୍ତ୍ରରେ ଘରକୁ ଆସିବା ପରେ ଫ୍ୟାନ ଲଗାଇଥିଲେ । ଏହି ସମୟରେ ହାତରେ କରେଣ୍ଟ ଲାଗିଥିଲା l ଘଟଣା ସ୍ଥଳରେ ସେ ଗୁରୁତର ହୋଇପଡ଼ିଥିଲେ । ପରିବାର ଲୋକେ ତାଙ୍କୁ ଗୁରତର ଅବସ୍ଥାରେ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l

Leave A Reply

Your email address will not be published.