Jai Odisha
News

ଓସ୍‌ଜା ବାର୍ଷିକ କ୍ରୀଡ଼ା ପୁରସ୍କାର : କିଶୋର ଜେନା, ବିଜୟ ଶତପଥୀ ପୁରସ୍କୃତ

ଭୁବନେଶ୍ବର : ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା) ଦ୍ୱାରା କଳିଙ୍ଗ ଷ୍ଟାଡିଅମର ଟେନିସ ସେଣ୍ଟରରେ ଆୟୋଜିତ ହୋଇଯାଇଛି ଚଳିତ ବର୍ଷର ବାର୍ଷିକ କ୍ରୀଡା ପୁରସ୍କାର. ଓସ୍‌ଜା ସଭାପତି ସନ୍ଦୀପ ମିଶ୍ରଙ୍କ ପୌରୋହିତ୍ବରେ ଅନୁଷ୍ଠିତ ଏହି ପୁରସ୍କାର ଉତ୍ସବରେ ଅଲିମ୍ପିଆନ ଆଥଲେଟ ଅନୁରାଧା ବିଶ୍ବାଳ ମୁଖ୍ୟ ଅତିଥି ଓ ଅର୍ଜୁନ ପୁରସ୍କାର ଭାରୋତ୍ତୋଳକ କାଟୁଲୁ ରବି କୁମାର ସମ୍ମାନିତ ଅତିଥିଭାବେ ଯୋଗ ଦେଇ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏଥିରେ ଏସିଆନ ଗେମରେ ପଦକ ବିଜେତା ଜାଭେଲିନ ଖେଳାଳି କିଶୋର ଜେନାଙ୍କୁ ଶ୍ରେଷ୍ଠ କ୍ରୀଡ଼ାବିତ ପୁରସ୍କାର ଏବଂ ଅର୍ଜୁନ ପୁରସ୍କାର ବିଜେତା ଭାରୋତ୍ତୋଳକ ତଥା ଓଡ଼ିଶା ଭାରୋତ୍ତୋଳନର ପିତାମହ ବିଜୟ ଶତପଥୀଙ୍କୁ ଜୀବନବ୍ୟାପି ସାଧନା ନିମନ୍ତେ ପୁରସ୍କୃତ କରାଯଇଛି। ପୁରସ୍କାର ବାବଦରେ ଟ୍ରଫି, ଉତ୍ତରୀୟ, ମାନପତ୍ର ଓ ୨୫,୦୦୦ ଟଙ୍କା ପ୍ରଦାନ କରାଯାଇଛି। ଏହି ଅବସରରେ କିଶୋର ଜେନାଙ୍କ କୋଚ ସମରଜିତ ମଲ୍ଲୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଆଗାମୀ ପ୍ୟାରିସ ଅଲମ୍ପିକ ପାଇଁ କିଶୋରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓସଜାର ସଦସ୍ୟ । ପୂର୍ବରୁ ଏହି ପୁରସ୍କାର ପୂର୍ଣ୍ଣିମା ହେମ୍ବ୍ରମ, ଦେବପ୍ରସାଦ ସିଂ, ସ୍ବସ୍ତି ସିଂ, ପିଟର ତିର୍କୀ, ଅମିତ ରୋହିଦାସ, ବ୍ରଜଭୂଷଣ ମହାନ୍ତି, ପ୍ରମୋଦ ଭଗତ, ପଞ୍ଚାନନ ଗନ୍ତାୟତ, ସ୍ବୟମ୍ସ ମିଶ୍ର,  ଅରୁଣ ଦାସ , ବୀରେନ୍ଦ୍ର ଲାକ୍ରା ଓ ଅରୂପାନନ୍ଦ ରାଉତରାୟଙ୍କୁ ଦିଆଯାଇଛି।

 

Leave A Reply

Your email address will not be published.