Jai Odisha
News

ଓଡ଼ିଶାକୁ ସହଯୋଗ କରୁନି ଛତିଶଗଡ଼,ମହାନଦୀରେ ବନ୍ୟା ଆଶଙ୍କା

ଭୁବନେଶ୍ୱର,୧୩/୦୮: ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଆଜି ଆଉ ଏକ ଲଘୁଚାପ ସୃଷ୍ଟି ହେବା ପରେ ଏହାର ପ୍ରଭାବରେ ଆଗକୁ ବର୍ଷାର ପରିମାଣ ଆହୁରି ବଢିବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି । ଫଳରେ ରାଜ୍ୟର ବିଭୀନ୍ନ ସ୍ଥାନରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଖରା ଦିନରେ ଛତିଶଗଡ଼ ପଟରୁ ଓଡ଼ିଶାକୁ ବୁନ୍ଦାଏ ପାଣି ଆସି ନଥିଲା । ବର୍ଷା ଦିନେ ପ୍ରବଳ ବର୍ଷା କାରଣରୁ ଛତିଶଗଡ଼ରେ ମହାନଦୀ ଫୁଲୁଥିବାରୁ ନଦୀ ଶଜ୍ୟାରେ ଥିବା ସମସ୍ତ ଡ୍ୟାମ୍ ଏବଂ ବ୍ୟାରେଜ୍ ଗେଟ୍ ଖୋଲି ଓଡ଼ିଶାକୁ ବୁଡାଇବା ଲାଗି ମନସ୍ତ କରିଛି ଛତିଶଗଡ଼ । ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ପାଇଁ ଚାପ ପଡ଼ୁଛି। ହୀରାକୁଦର ଅଧିକ ଗେଟ୍ ଖୋଲିବା ପାଇଁ ଚାପ ପକାଉଛନ୍ତି।’ କିନ୍ତୁ ଆମେ ଆମର ସ୍ଥିତି ଦେଖି ନିଷ୍ପତ୍ତି ନେବୁ ବୋଲି ଇଆଇସି କହିଛନ୍ତି। ତେବେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି କର୍ମଚାରୀଙ୍କ ଛୁଟି ବାତିଲ କରି ଆଲର୍ଟ ମୋଡରେ ରଖାଯାଇଛି। ଉପର ମୁଣ୍ଡରେ ଅଧିକ ଜଳ ଛଡାଗଲେ ସ୍ୱଳ୍ପ ବନ୍ୟା ଆସିପାରେ। କାଲି ସକାଳ ୮ଟା ସୁଦ୍ଧା ମୁଣ୍ଡଳିରେ ୬ ଲକ୍ଷ କ୍ୟୁସେକ୍‍ ଜଳ ଛୁଇଁବ। ଛତିଶଗଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ପାଇଁ ଚାପ ପଡୁଛି। ହୀରାକୁଦର ଅଧିକ ଗେଟ୍‍ ଖୋଲିବା ପାଇଁ ଚାପ ପାଉଛନ୍ତି। ମାତ୍ର ଆମେ ସ୍ଥିତି ଦେଖି ନିଷ୍ପତ୍ତି ନେବୁ । ବର୍ତ୍ତମାନ ହୀରାକୁଦର ୨୮ଟି ଗେଟ୍‍ ଖୋଲା ଅଛି,ଆଗକୁ ବଢିପାରେ। ବୈତରଣୀ ଓ ଜଳକା ନଦୀରେ ଜଳସ୍ତର ବଢୁଛି। ଏହାଉପରେ ନଜର ରଖାଯାଇଛି ବୋଲି ଇଆଇସି କହିଛନ୍ତି। ଛତିଶଗଡ ସହଯୋଗ କରୁନଥିବା ନେଇ ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ ଆନନ୍ଦଚନ୍ଦ୍ର ସାହୁଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଜଳସ୍ତର ବଢିଲେ ହଠାତ୍‍ ପାଣି ଛାଡି ଦେଉଛି,ପୂର୍ବରୁ ସୂଚନା ଦେଉନି। ଫଳରେ ହୀରାକୁଦ ଡ୍ୟାମ ଜଳ ନିୟନ୍ତ୍ରଣରେ ସମସ୍ୟା ହେଉଛି। ରାଜ୍ୟରେ ବନ୍ୟା ନିୟନ୍ତ୍ରଣରେ ମଧ୍ୟ ଅସୁବିଧା ହେଉଛି। ସିଡବ୍ଲ୍ୟୁସିର ସୂଚନା ଆଧାରରେ ଜଳ ନିୟନ୍ତ୍ରଣ କରାଯାଉଛି। ଉଭୟ ମୌସୁମୀ ଓ ଅଣ ମୌସୁମୀରେ ଓଡିଶା ସମସ୍ୟାରେ ପଡୁଛି। ବର୍ତ୍ତମାନ ୨୮ଟି ଗେଟ୍‍ ଦେଇ ହୀରାକୁଦରୁ ବନ୍ୟାଜଳ ନିଷ୍କାସିତ ହେଉଛି। ବର୍ତ୍ତମାନ ଜଳସ୍ତର ରହିଛି ୬୧୬.୯୧ ଫୁଟ। ପ୍ରବେଶ କରୁଛି ୪ ଲକ୍ଷ ୬୮ ହଜାର କ୍ୟୁସେକ ଜଳ ଓ ନିଷ୍କାସିତ ହେଉଛି ୪ ଲକ୍ଷ ୧୧ ହଜାର କ୍ୟୁସେକ ଜଳ।
ସେହିପରି ଭଦ୍ରକ ଆଖୁଆପଦାରେ ବିପଦ ସଂକେତ ଟପିଲା ବୈତରଣୀ ନଦୀ। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବିପଦ ସଙ୍କେତ ଟପିଲା। ଦିନ ୧୨ଟା ସୁଦ୍ଧା ଆଖୁଆପଦାରେ ଜଳସ୍ତର ୧୭.୮୮ ମିଟର। ଆଖୁଆପଦାରେ ବୈତରଣୀର ବିପଦ ସଙ୍କେତ ୧୭.୮୩ ମିଟର।
ଏହାସହ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ। ପରବର୍ତ୍ତୀ ୧୨ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ। ୨୪ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଅବପାତର ସମ୍ଭାବନା ରହିଛି। ଆଜି ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାର ୧୪ ଜିଲାରେ ପ୍ରବଳ ବର୍ଷିବ। ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ, ଗଞ୍ଜାମ, ଗଜପତିରେ ପ୍ରବଳ ବର୍ଷା ସମ୍ଭାବନା। ଆଭ୍ୟନ୍ତର ଜିଲା କଳାହାଣ୍ଡି, କନ୍ଧମାଳ, ଢେଙ୍କାନାଳରେ ମଧ୍ୟ ପ୍ରବଳ ବର୍ଷିବ। ଅବଶିଷ୍ଟ ୧୬ ଜିଲାରେ ମଧ୍ୟ ଲଘୁଚାପଜନିତ ବର୍ଷା ଲାଗି ରହିବ। ଆସନ୍ତାକାଲି ବର୍ଷାର ପରିମାଣ ଆଜି ଠାରୁ ଅଧିକ ରହିବ।ପ୍ରବଳ ବର୍ଷା କାରଣରୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଏବେ ହୀରାକୁଦ ଜଳଭଣ୍ଡାରକୁ ବହୁଳ ମାତ୍ରାରେ ପାଣି ପ୍ରବେଶ କରୁଛି। ହୀରାକୁଦର ବର୍ତ୍ତମାନ ଜଳସ୍ତର ୬୧୭.୦୮ ଫୁଟ୍ ରହିଛି। ଏବେ ଘଣ୍ଟାପ୍ରତି ୪ ଲକ୍ଷ ୪୯ ହଜାର କ୍ୟୁସେଜ ଜଳ ପ୍ରବେଶ କରୁଥିବା ବେଳେ ବନ୍ୟା ଜଳକୁ ନିୟନ୍ତ୍ରଣ କରିବା ପାଇଁ ବର୍ତ୍ତମାନ ହୀରାକୁଦର ୨୮ଟି ଗେଟ୍ ଦେଇ ଜଳ ନିସ୍କାସିତ ହେଉଛି। ସେହିପରି ଆଖୁଆପଦାରେ ବିପଦ ସଙ୍କେତ ଟପିଛି ବୈତରଣୀ ନଦୀ। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବିପଦ ସଙ୍କେତ ଟପିଛି।

 

Leave A Reply

Your email address will not be published.