Jai Odisha
News

ଓଡ଼ିଶା ଓପନ ବ୍ୟାଡମିଣ୍ଟନ ପ୍ରତିଯୋଗିତା,ସାମିଲ ହେବେ ୧୮ ଦେଶର ୩୦୦ରୁ ଅଧିକ ଖେଳାଳି

କଟକ  ,୨୫।୦୧ : ଓଡ଼ିଶା ଓପନ ବ୍ୟାଡମିଣ୍ଟନ ପ୍ରତିଯୋଗିତା,ସାମିଲ ହେବେ ୧୮ ଦେଶର ୩୦୦ରୁ ଅଧିକ ଖେଳାଳି  |ଆଜିଠୁ ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ ବିଡବ୍ଲ୍ୟୁଏଫ୍‌ ଓଡ଼ିଶା ଓପନ୍‌ ବ୍ୟାଡମିଣ୍ଟନ୍‌ ପ୍ରତିଯୋଗିତା । ଏଥିରେ ୧୮ ଦେଶର ୩୦୦ ପାଖାପାଖି ଖେଳାଳି । କରୋନା ଆତଙ୍କ ଯୋଗୁ ବିନା ଦର୍ଶକରେ ଅନୁଷ୍ଠିତ ହେବ ଏହି ପ୍ରତିଯୋଗିତା । ତେଣୁ ରବିବାର ଠାରୁ ଦେଶ ବିଦେଶର ଖେଳାଳି ଏଠାରେ ପହଞ୍ଚିବାରେ ଲାଗିଛନ୍ତି । ବିଭିନ୍ନ ରାଜ୍ୟ ତଥା ଦେଶର ତାରକା ଖେଳାଳି ଭୁବନେଶ୍ୱର ସ୍ଥିତ୍‌ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ତରଫରୁ ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । କରୋନା ନୂଆ ଭାରିଆଣ୍ଟ ଓମିକ୍ରନ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଏଠାରେ ସମସ୍ତ କୋଭିଡ୍‌ ନିୟମ ପାଳନ କରାଯାଉଛି । ତେଣୁ ସମସ୍ତ ଖେଳାଳିଙ୍କର ପଞ୍ଜୀକରଣ କରାଯାଇଛି । ସେହିଭଳି ଖେଳାଳିଙ୍କର ପର୍ଯ୍ୟାୟକ୍ରମେ କିଟ୍‌ ଏବଂ ଜବାହରଲାଲ  ନେହରୁ  ଇନଡୋର  ଷ୍ଟାଡିୟମ୍‌ଠାରେ  ଆରଟି ପିସିଆର ଟେଷ୍ଟ୍‌  କରାଯାଇଛି । ଗତକାଲି ୧୦୦ରୁ  ଅଧିକ ଖେଳାଳି  ଓଡ଼ିଶା  ପହଞ୍ଚିଥିଲେ ।

Leave A Reply

Your email address will not be published.