Jai Odisha
News

କଟକରେ ମାସ୍କ ବାଧ୍ୟତାମୂଳକ

କଟକ,୨।୭: କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସିଏମସି ପକ୍ଷରୁ କଟକରେ ମାସ୍କ ବାଧ୍ୟତାମୂଳକ କରାଯାଇଛି।  ରାଜଧାନୀ ଭୁବନେଶ୍ୱର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। କଟକରେ ରହୁଥିବା ଲୋକେ,କଟକକୁ ଆସୁଥିବା ଲୋକେ ମାସ୍କ ପିନ୍ଧିବେ। ବାହାରକୁ ଗଲେ ବା ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଜରୁରୀ। ସର୍ବସାଧାରଣ ସ୍ଥାନରେ ୨ ମିଟର ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ମଲ୍‍,ଦୋକାନରେ ସାମାଜିକ ଦୂରତ୍ୱ ନରହିଲେ ମାଲିକ ଦାୟୀ ରହିବେ।ସେହିପରି  ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ ବାରଣ କରାଯାଇଛି।  ସରକାରୀ ଏବଂ ବେସରକାରୀ ଅଫିସ ବା ସଂସ୍ଥାରେ କୋଭିଡ ନିୟମ କଡାକଡି ପାଳନ ବାଧ୍ୟତାମୂଳକ କରାଯାଇଛି।  ତେବେ ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଏମସି ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.