Jai Odisha
News

କଟକ ବଡ ଡାକ୍ତରଖାନା ଓ ତାଳଦଣ୍ଡା କେନାଲ ରୂପାନ୍ତରଣ କାମ ସମୀକ୍ଷା କରିଲେ ୫-ଟି ସଚିବ

ଭୁବନେଶ୍ବର,୧୯/୦୯ :କଟକରେ ୫ଟି ସଚିବ ଭିକେ ପାଣ୍ଡିଆନ।   ସେ ଏସସିଵି ସମ୍ପ୍ରସାରଣ ଓ ତାଳଦଣ୍ଡା କେନାଲ କାର୍ଯ୍ୟ ସମେତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏଥିସହିତ ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳଙ୍କ ସହ ମଧ୍ୟ କଲେ ଆଲୋଚନା। ୨୦୨୩ ସୁଦ୍ଧା ଏସସିବି ସମ୍ପ୍ରସାରଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ସହ ଉନ୍ନତମାନର କାମ କରାଯିବା ନେଇ ନିର୍ଦେଶ ଦେଇଛନ୍ତି ୫ଟି ସଚିବ। ଏହାସହ ପାର୍କିଂ ସ୍ଥାନ ଓ କେନାଲ ରୋଡ କାମକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି।   ୧୭୫ ଏକର ଜମିରେ ୩୫୦୦ କୋଟି ଟଙ୍କାରେ ଏହି ମର୍ଯ୍ୟଦାଜନକ ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜର ୫-ଟି ଉପକ୍ରମରେ ରୂପାନ୍ତରଣ କରି AIIMS Plus ସୁବିଧା ରୋଗୀଙ୍କୁ ଯୋଗାଇ ଦେବାପାଇଁ ରାଜ୍ୟ ସରକାର କାମ କରୁଛନ୍ତି|କଟକ ଶ୍ରୀରାମଚନ୍ଦ୍ରଭଂଜ ମେଡିକାଲ କଲେଜକୁ ଶିକ୍ଷା, ଚିକିତ୍ସା ସେବା ଓ ଗବେଷଣା କ୍ଷେତ୍ରରେ ଏକ ବିଶ୍ବସ୍ତରୀୟ ଅନୁଷ୍ଠାନ ଭାବରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କର ଦୂରଦର୍ଶୀ ଯୋଜନା ବାସ୍ତବରୂପ ନେବାକୁ ଯାଉଛି । ଏହି ରୂପାନ୍ତରଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ସକାଳେ କଟକ ବଡ ଡାକ୍ତରଖାନା ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ନିର୍ମାଣ କାର୍ଯ୍ୟର ଗୁଣାତ୍ମକ ମାନସହିତ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପ୍ରକଳ୍ପ ଶେଷ କରାଯିବା ଉପରେ ଶ୍ରୀ ପାଣ୍ଡିଆନ ଗୁରୁତ୍ବାରୋପ କରିଥିଲେ ।ଗତ ଜାନୁଆରୀ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତ ସମୟରେ କଟକ ବଡ଼ ମେଡିକାଲର ରାସ୍ତା ସମ୍ପ୍ରସାରଣ ନେଇ ଘୋଷଣା କରିଥିଲେ। ଏଥିସହିତ ତାଳଦଣ୍ଡା କେନାଲର ବାମ ଓ ଡାହାଣ ପାର୍ଶ୍ବରେ ରାସ୍ତାର ସମ୍ପ୍ରସାରଣର ଆବଶ୍ୟକତା ଥିବା କୁହାଯାଇଥିଲା। କଟକ ଜିଲ୍ଲା ବାହାରୁ ଏସସିବିକୁ ଆସୁଥିବା ରୋଗୀଙ୍କ ଯାତ୍ରା ଯୋବ୍ରାରୁ କଟକ ବଡ଼ ମେଡିକାଲ ଯାଏଁ ସୁବିଧାଜନକ କରିବାକୁ ରିଙ୍ଗ ରୋଡକୁ ସମ୍ପ୍ରସାରଣ କରାଯିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଏବେ ଏସବୁ କାମ ଚାଲୁ ରହିଛି।ନୂଆକରି ନିର୍ମାଣ ହେଉଥିବା କ୍ଲିନିକାଲ ବ୍ଲକ ୧ ଓ ୪ ର ନିର୍ମାଣ କାର୍ଯ୍ୟ ଡିସେମ୍ବର ୨୦୨୩ ସୁଦ୍ଧା ଶେଷ କରିବାକୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.