Jai Odisha
News

କମିଲା LPG ଗ୍ୟାସ୍‌ ଦାମ୍‌

ନୂଆଦିଲ୍ଲୀ, ୦୧|୦୮ : କମିଲା କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌। ଅଏଲ୍‌ ମାର୍କେଟିଂ କମ୍ପାନୀ ଗୁଡ଼ିକ ଆଜିଠୁ କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ ହ୍ରାସ ନେଇ ଘୋଷଣା କରିଛନ୍ତି। ଆଜିଠୁ ୧୯ କେଜି  କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ ୩୬ ଟଙ୍କା କମିଛି। ଦାମ୍‌ କମ୍‌ ପରେ କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ ଅନେକ ସହରରେ ଶସ୍ତା ହୋଇଛି। ଦର ହ୍ରାସ ଯୋଗୁଁ ହୋଟେଲ୍‌, ରେସ୍ତୋରାଁ ଏବଂ ରନ୍ଧନ ଗ୍ୟାସ୍‌ ବ୍ୟବହାର କରୁଥିବା ଅନ୍ୟାନ୍ୟ ବ୍ୟାବସାୟିକ ପ୍ରତିଷ୍ଠାନ ଉପକୃତ ହେବେ। କିନ୍ତୁ, ଘରେ ରୋଷେଇ କରିବାକୁ ବ୍ୟବହାର କରାଯାଉଥିବା ‘ଏଲ୍‌ପିଜି’ ସିଲିଣ୍ଡର୍‌ର ଦର ଅପରିବର୍ତ୍ତିତ ରହିଛି। ଦର ହ୍ରାସ ପାଇବା ପରେ ଦିଲ୍ଲୀରେ ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ ମୂଲ୍ୟ ଟ. ୨୦୧୨.୫୦ ପରିବର୍ତ୍ତେ ୧,୯୭୬/-ରେ ବିକ୍ରୟ ହେଉଥିବା କଥା ରାଷ୍ଟ୍ରାୟତ ଇନ୍ଧନ ଖୁଚୁରା ବିକ୍ରେତାମାନେ କହିଛନ୍ତି।ସେହିପରି, ମୁମ୍ବାଇରେ ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦର ଟ. ୧୯୭୨.୫୦ ପରିବର୍ତ୍ତେ ଟ. ୧୯୩୬.୫୦ରେ ବିକ୍ରୟ ହେଉଛି। କୋଲ୍‌କାତାରେ ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦର ଟ. ୨୧୩୨/- ପରିବର୍ତ୍ତେ ଟ. ୨୦୯୫.୫୦ ରେ ବିକ୍ରୟ ହେଉଛି। ଏହାଛଡ଼ା, ଚେନ୍ନାଇରେ ଏବେ ୧୯ କେ.ଜି. ବ୍ୟାବସାୟିକ ସିଲିଣ୍ଡର୍‌ ଦର ହେଉଛି ଟ. ୨୪୧/-, ବେଙ୍ଗାଲୁରୁରେ ଟ. ୨୦୬୩.୫୦ ଏବଂ ହାଇଦ୍ରାବାଦରେ ଟ.୨୧୯୭.୫୦। ସ୍ଥାନୀୟ ‘ଭାଟ୍‌’ ଅନୁସାରେ ରାଜ୍ୟରୁ ରାଜ୍ୟ ମଧ୍ୟରେ ରନ୍ଧନ ଗ୍ୟାସ୍‌ ଦର ମଧ୍ୟରେ ପ୍ରଭେଦ ରହୁଛି।

Leave A Reply

Your email address will not be published.