Jai Odisha
News

କମିଶନରେଟ ପୋଲିସ ର ନୂଆ ଅଭିଯାନ ,ରାଜଧାନୀରେ ବୁଲିବ ଡ୍ରୋନ

ଭୁବନେଶ୍ବର, ୨୦।୫:ରାଜଧାନୀକୁ ଜଗିବ ପୁଲିସ ଡ୍ରୋନ। ଆକାଶ ମାର୍ଗରୁ କରିବ ପାଟ୍ରୋଲିଂ।ଟ୍ୱିଟସିଟିର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ କମିଶନରେଟ ପୋଲିସ  ର ନୂଆ ଅଭିଯାନ    । ଅପରାଧଠାରୁ ଆରମ୍ଭ କରି ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ପୂର୍ବରୁ ଏକାଧିକ ନିୟମ କାର୍ଯ୍ୟକାରୀ ହୋଇଥିଲା । ତେବେ ଏହା ମଧ୍ୟରେ ଅପରାଧୀଙ୍କୁ ସାବାଡ଼ କରିବା ପାଇଁ କମିଶନରେଟ ପୋଲିସ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି । ଡ୍ରୋନ ଉଡ଼ାଇ ସନ୍ଦିଗ୍ଧଙ୍କ ଗତିବିଧି ଉପରେ ପୁଲିସ ରଖିବ ନଜର। ରାଜଧାନୀରେ ବୁଲୁଥିବା ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ଗାଡ଼ି ଉପରେ ଆକାଶମାର୍ଗରୁ ନଜର ରଖିବାକୁ ଏଭଳି ଡ୍ରୋନ ପାଟ୍ରୋଲିଂ ଆରମ୍ଭ କରିବ କମିଶନରେଟ ପୁଲିସ। ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଆଜି ଏହି ସୂଚନା ଦେଇଛନ୍ତି। ଡିସିପି କହିଛନ୍ତି, ଏହି ଡ୍ରୋନରେ ହାଇ ଡେଫିନେସନ କ୍ୟାମେରା ବ୍ୟବହାର କରାଯାଇଛି। ବହୁତ ଦୂରରେ ଥିଲେ ମଧ୍ୟ ଫୁଟେଜ ଭଲ ଆସୁଛି। ଏହି ଡ୍ରୋନ ୫ ଶହ ମିଟର ଉଚ୍ଚତା ପର୍ଯ୍ୟନ୍ତ ଉଡ଼ି ପାରିବ। ୫ କିଲୋମିଟର ଅଞ୍ଚଳ ଉପରେ ନଜର ରଖି ପାରିବ। ରାଜଧାନୀରେ ହେଉଥିବା ପର୍ବପର୍ବାଣୀ, ରାଲି, ଆନ୍ଦୋଳନ, ଭିଭିଆଇପି କାର୍ଯ୍ୟକ୍ରମ ଓ ଅନ୍ତର୍ଜାତୀୟ ଇଭେଣ୍ଟ ବେଳେ ଏହି ଡ୍ରୋନ ଦ୍ୱାରା ନଜର ରଖାଯିବ।ବର୍ତ୍ତମାନ କମିଶନରେଟ ପୁଲିସ ଗୋଟିଏ ଡ୍ରୋନ ବ୍ୟବହାର କରୁଛି। ଆବଶ୍ୟକ ପଡ଼ିଲେ ଆହୁରି ଆଣିବା ପାଇଁ ବ୍ୟବସ୍ଥା କରାଯିବ। ଏଥିପାଇଁ କର୍ମଚାରୀଙ୍କୁ ଟ୍ରେନିଂ ଦିଆଯାଉଛି। ରାଜଧାନୀରେ ହକି ଓ ଫୁଟବଲ ଇଭେଣ୍ଟ ଡ୍ରୋନକୁ ବ୍ୟବହାର କରାଯାଇପାରିବ। କଣ୍ଟ୍ରୋଲ ରୁମ୍‌ରେ ବସି ଇଭେଣ୍ଟ ଉପରେ ନଜର ରଖାଯାଇପାରିବ। ୨୦୨୪ ନିର୍ବାଚନ ସମୟରେ ଡ୍ରୋନ କ୍ୟାମେରା ବ୍ୟବହାର କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି।

Leave A Reply

Your email address will not be published.