Jai Odisha
News

କମ୍ପାନୀରେ କାମ କରୁଥିବା ବେଳେ ଚାଲିଗଲା ୭ଜଣ କର୍ମଚାରୀଙ୍କ ଜୀବନ

ନୂଆଦିଲ୍ଲୀ,୯।୨ : କମ୍ପାନୀରେ କାମ କରୁଥିବା ବେଳେ ଚାଲିଗଲା ୭ଜଣ କର୍ମଚାରୀଙ୍କ ଜୀବନ । ଫ୍ୟାକ୍ଟ୍ରିର ତେଲ ଟ୍ୟାଙ୍କର ସଫେଇ କରୁଥିବା ବେଳେ ଜଣକ ପରେ ଜଣେ ୭ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଟ୍ୟାଙ୍କର ସଫେଇ ବେଳେ ସମସ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି ।ସୂଚନା ମୁତାବକ ସବୁଦିନ ପରି କର୍ମଚାରୀ ମାନେ ଫ୍ୟାକ୍ଟ୍ରିକୁ କାମ କରିବାକୁ ଆସିଥିଲେ । କାମ କରିବା ସମୟରେ ଏକ ବଡ଼ ତେଲ ଟ୍ୟାଙ୍କର ସଫାକରିବାକୁ ଜଣେ କର୍ମଚାରୀ ଟ୍ୟାଙ୍କର ଭିତରକୁ ପ୍ରବେଶ କରିଥିଲେ । ହେଲେ କର୍ମଚାରୀ ଜଣକ ନଫେରିବାରୁ ଜଣକ ପରେ ଜଣେ ୭ ଜଣ କର୍ମଚାରୀ ତେଲ ଟ୍ୟାଙ୍କର ଭିତରକୁ ଯାଇଥିଲେ । ହେଲେ ଅକ୍ସିଜେନ୍ ଅଭାବରୁ ସମସ୍ତ ୭ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା ।ଏପରି ଏକ ଅଭାବନୀୟ ଘଟଣା ଆନ୍ଧ୍ରପ୍ରଦେଶର କାକିନଡ଼ା ଜିଲ୍ଲାରେ ଘଟିଛି । ଅମ୍ବତି ସୁବନ୍ନା ତୈଳ ଫ୍ୟାକ୍ଟ୍ରୀ ନାମକ ଏକ ସଂସ୍ଥାରେ ୭ଜଣ କର୍ମଚାରୀଙ୍କ ଜୀବନ ଯାଇଛି । ଘଟଣାସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡିକାଲକୁ ନିଆଯାଇଥିଲା । ସେଠାରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏହାକୁ ନେଇ କମ୍ପାନୀ ପରିସରରେ ଉତ୍ତେଜନା ଦେଖାଦେଇଛି ।

Leave A Reply

Your email address will not be published.