Jai Odisha
News

କରମଣ୍ଡଳ ଏକ୍ସପ୍ରେସର ଦୁର୍ଘଟଣା, ୨୩୩ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର,୩।୬: ବାହାନଗାରେ କରମଣ୍ଡଳ ଏକ୍ସପ୍ରେସର ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ସବିଶେଷ ସୂଚନ ଅନୁଯାୟୀ ମୃତ୍ୟୁ ସଂଖ୍ୟା ୨୩୩ରେ ପହଞ୍ଚିଲା। SRCଙ୍କ ତଥ୍ୟ ଆଧାରରେ ସୂଚନା ଦେଲେ ମୁଖ୍ୟ ସଚିବ ଏହା ଜଣାଇଛନ୍ତି। ବାଲେଶ୍ୱର ବାହାନଗା ନିକଟରେ ଦୁଇ ଏକ୍ସପ୍ରେସ୍ ଟ୍ରେନ୍ କରମଣ୍ଡଳ ଏକ୍ସପ୍ରେସ ଓ ଯଶୱନ୍ତପୁର-ହାୱଡ଼ା ଏକ୍ସପ୍ରେସ ଭିତରେ ଘଟିଥିଲା ଭୟଙ୍କର ଦୁର୍ଘଟଣା । ଏହି ଦୁର୍ଘଟଣାରେ ବଢିଚାଲିଛି ମୃତକଙ୍କ ସଂଖ୍ୟା । ଏବେ ଏହି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୩୩ ପହଞ୍ଚିଥିବା ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଟୁଇଟ କରି ଜଣାଇଛନ୍ତି । ତେବେ ତେବେ ସମସ୍ତ ବଗିକୁ ଉଠାଯାଇନାହିଁ । ବଗି ତଳେ ଏବେ ବି ଆହୁରି ଅନେକ ମୃତଦେହ ରହିଥିବା ଅନୁମାନ କରାଯାଉଛି। ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।ଏହି ଭୟାଭୟ ଦୁର୍ଘଟଣାକୁ ନଜରରେ ରଖି ଆଜି ରାଜ୍ୟରେ ଦିନିକିଆ ଶୋକ ପାଳନ ଘୋଷଣା କରିଛନ୍ତି।

Leave A Reply

Your email address will not be published.