Jai Odisha
News

କର୍ଣ୍ଣାଟକରେ କିଏ ହେବେ ମୁଖ୍ୟମନ୍ତ୍ରୀ?

ନୂଆଦିଲ୍ଲୀ,୧୪।୫ :କର୍ଣ୍ଣାଟକରେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଆଜି ବସିବ କଂଗ୍ରେସ ବିଧାୟକ ଦଳ ବୈଠକ । କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ କଂଗ୍ରେସ ରେକର୍ଡ ବିଜୟ ହାସଲ କରିଛି। ଦଳ ୧୩୫ଟି ବିଧାନସଭା ଆସନରେ ବାଜିମାତ କରି ସରକାର ଗଠନ କରିବାକୁ ଯାଉଛି। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୧୩। ଦଳ ଏହାଠାରୁ ଯଥେଷ୍ଟ ଅଧିକ ଆସନ ଜିତିଛି।ଅପରାହ୍ନ ସାଢ଼େ ୫ ଟାରେ ରାଜ୍ୟର ନବନିର୍ବାଚିତ ବିଧାୟକଙ୍କ ବୈଠକ ବସିବ। ଏହି ବୈଠକରେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମକୁ ଅନୁମୋଦନ ମିଳିପାରେ ବୋଲି ଅନୁମାନ କରାଯାଉଛି । ରେସ୍‌ରେ ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ପଦ ପାଇଁ ସର୍ବୋଚ୍ଚ ଦାବିଦାର ଥିବା ବେଳେ ତିନି ଜଣ ଉପମୁଖ୍ୟମନ୍ତ୍ରୀ ରହିପାରନ୍ତି। ରାଜ୍ୟର ଜଣେ ଉପମୁଖ୍ୟମନ୍ତ୍ରୀ ଲିଙ୍ଗାୟତ ସମ୍ପ୍ରଦାୟର ହେବାର ସମ୍ଭାବନା ରହିଛି । ଏହି ନିର୍ବାଚନରେ କଂଗ୍ରେସ ୧୩୭ଟି ଆସନରେ ବିଜୟୀ ହୋଇଛି । ଏହା ସହିତ ରାଜ୍ୟରେ ୩୮ ବର୍ଷର ନିର୍ବାଚନ ପରମ୍ପରା ଏଥର ମଧ୍ୟ ଜାରି ରହିଛି।   ରାଜ୍ୟରେ ଭୋଟରମାନେ ୨ ଥର ପାଇଁ କୌଣସି ସରକାରକୁ ରିପିଟ୍ କରିନାହାନ୍ତି।ଶିବକୁମାର ଓ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ଦୌଡ଼ରେ ରହିଛି। ଉଭୟଙ୍କ ଦବଦବା ଦଳ ଭିତରେ ଅଛି। ଯଦି ଜଣଙ୍କୁ ମୁଖ୍ୟମନ୍ତ୍ରୀ କରାଯାଏ, ତା’ହେଲେ ଅନ୍ୟ ଜଣଙ୍କ କ୍ୟାମ୍ପରେ ବିଦ୍ରୋହ ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ହାଇକମାଣ୍ଡ ସବୁ କିଛିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.