Jai Odisha
News

କର୍ଣ୍ଣାଟକରେ କିଏ ହେବ ମୁଖ୍ୟମନ୍ତ୍ରୀ?,ଗୁରୁବାର ନେବେ ଶପଥ

ନୂଆଦିଲ୍ଲୀ,୧୪ା୫: କର୍ଣ୍ଣାଟକରେ କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରିଛି, ଏହା ପରେ ଏହା ବର୍ତ୍ତମାନ ସରକାର ଗଠନ ପ୍ରକ୍ରିୟାରେ ଆରମ୍ଭ ହୋଇଛି। କର୍ଣ୍ଣାଟକରେ କିଏ ହେବ ମୁଖ୍ୟମନ୍ତ୍ରୀ। ଜାରି ରହିଛି ସସପେନ୍ସ।   ତେବେ ମୁଖ୍ୟମନ୍ତ୍ରୀ ରେସରେ ଦୁଇ ପ୍ରମୁଖ ଚେହେରା ରହିଛନ୍ତି। ଡିକେ ଶିବକୁମାର ହେଉଛନ୍ତି ପ୍ରଥମ ମୁଖ୍ୟମନ୍ତ୍ରୀ ଆଶାୟୀ।କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ୍‌ ଶପଥ ଗ୍ରହଣ କରିବେ। କଂଗ୍ରେସ କାହାକୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେବ ତାହା ସ୍ପଷ୍ଟ କରି ନ ଥିଲେ ମଧ୍ୟ ଗୁରୁବାର ଶପଥ ଗ୍ରହଣ ସମାରୋହ ହେବ ବୋଲି ସୂଚନା ମିଳିଛି। ପ୍ରଦେଶ କଂଗ୍ରେସ କମିଟିର ମୁଖ୍ୟ ଅଛନ୍ତି ଡିକେ। ସେହିପରି ସଂଗଠନ ଦାୟିତ୍ବରେ ଥିଲେ ଏବଂ ୟାଙ୍କୁ କଂଗ୍ରେସର କ୍ରାଇସିସ୍ ମ୍ୟାନେଜର ବୋଲି ମଧ୍ୟ କୁହାଯାଏ। ଏଥର କର୍ଣ୍ଣାଟକ ନିର୍ବାଚନରେ ସବୁଠାରୁ ଅଧିକ ବ୍ୟବଧାନରେ ଜିତିଛନ୍ତି ଶିବକୁମାର। ଡିକେ ହେଉଛନ୍ତି କର୍ଣ୍ଣାଟକର କୋଟିପତି ନେତାଙ୍କ ମଧ୍ୟରୁ ଜଣ, ଗାନ୍ଧି ପରିବାରର ଖାସ। ସେହିପରି ସେ ସପ୍ତମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ତେବେ ଯଦି ମୁଖ୍ୟମନ୍ତ୍ରୀ ଆସନ ନମିଲେ ବିଦ୍ରୋହ କରିପାରନ୍ତି।କାର୍ଯ୍ୟକ୍ରମରେ ରାହୁଲଙ୍କ ସମେତ ସପରିବାର ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏପରିକି ଶପଥ ଗ୍ରହଣ ଉତ୍ସବ ଲାଗି ବିଭିନ୍ନ ଦଳକୁ ନିମନ୍ତ୍ରଣ କରାଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ କଂଗ୍ରେସ ୩ ଜଣିଆ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛି। ଏ ନେଇ କଂଗ୍ରେସ ପକ୍ଷରୁ ବେଙ୍ଗାଲୁରୁରେ ନବନିର୍ବାଚିତ ବିଧାୟକଙ୍କ ଏକ ବୈଠକ ଡକାଯାଇଛି। ଏଥିରେ ବିଧାୟକ ଦଳର ନେତା ଚୟନ ହୋଇପାରେ ବୋଲି ସୂଚନା ମିଳିଛି।

 

Leave A Reply

Your email address will not be published.