Jai Odisha
News

କର୍ଣ୍ଣାଟକରେ ଝୁଲା ବିଧାନସଭା!

ନୂଆଦିଲ୍ଲୀ,,୧୧ା୫ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ସରିଛି ମତଦାନ । ଅପରାହ୍ନ ୫ଟା ସୁଦ୍ଧା ରାଜ୍ୟରେ ୬୫.୬୯ ପ୍ରତିଶତ ମତଦାନ ହୋଇଛି । ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ଏଥର ନିର୍ବାଚନ ମଇଦାନରେ ମୋଟ୍ ୨ ହଜାର ୬୧୫ ଜଣ ପ୍ରାର୍ଥୀ ଅଛନ୍ତି । କ୍ଷମତାସୀନ ବିଜେପି ସମସ୍ତ ୨୨୪ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ୨୨୩ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଛି ।କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବୁଧବାର ଭୋଟ ଗ୍ରହଣ ଶେଷ ସହିତ ବୁଥ ବାହୁଡା ମତ (ଏକ୍‌ଜିଟ୍ ପୋଲ) ପ୍ରକାଶ ପାଇଛି। ବିଭିନ୍ନ ଏଜେନ୍ସିଗୁଡିକ ପକ୍ଷରୁ ପ୍ରକାଶିତ ବୁଥ ବାହୁଡା ମତ ଅନୁଯାୟୀ ନିର୍ବାଚନ ଫଳ କଂଗ୍ରେସ ସପକ୍ଷରେ ଯିବ। କଂଗ୍ରେସ ସବୁଠାରୁ ଅଧିକ ଆସନ ପାଇ ସରକାର ଗଠନର ନିକଟତର ହେବ। ନିର୍ବାଚନରେ କଂଗ୍ରେସ, ବିଜେପି ଓ ଜେଡିଏସ୍ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହେଉଥିବାବେଳେ ନିର୍ବାଚନ ଫଳ କଂଗ୍ରେସ ସପକ୍ଷରେ ଯିବାର ପୂର୍ବାନୁମାନ କରାଯାଇଛି। କଂଗ୍ରେସ ସହିତ ବିଜେପି ମଧ୍ୟ ସରକାର ଗଠନ ପାଇଁ ଦାବିଦାର ହେବାର କେତେକ ଏଜେନ୍ସିର ସର୍ଭେରେ ପୂର୍ବାନୁମାନ କରାଯାଇଛି। ତେବେ ଜେଡିଏସ୍ ସରକାର ଗଠନ କ୍ଷେତ୍ରରେ ପୁନର୍ବାର କିଙ୍ଗ ମେକର ଭୂମିକା ଗ୍ରହଣ କରିବାର ସମ୍ଭାବନା ରହିଛି। ଟାଇମ୍ସ ନାଓ ଇଟିଜିର ବୁଥ ବାହୁଡା ମତ ଅନୁଯାୟୀ ବିଧାନସଭାର ୨୨୪ଟି ଆସନରୁ କଂଗ୍ରେସ ୧୧୩ଟି ଆସନ ପାଇବ। ବିଜେପି ୮୫ଟି ଆସନ ଓ ଜେଡିଏସ୍ ୨୩ ଆସନ ପାଇବ। ଅନ୍ୟାନ୍ୟ ଦଳଗୁଡିକ ୩ଟି ଆସନ ପାଇବେ। ରାଜ୍ୟରେ ସରକାର ଗଠନ କରିବାର ମ୍ୟାଜିକ ସଂଖ୍ୟା ହେଉଛି ୧୧୩। ଇଣ୍ଡିଆ ଟିଭି-ସିଏନଏକ୍ସର ବୁଥ ବାହୁଡା ମତ ଅନୁଯାୟୀ କଂଗ୍ରେସ ରାଜ୍ୟରେ ୧୧୫ଟି ଆସନ ପାଇବ। ବିଜେପି ୮୫, ଜେଡିଏସ୍ ୨୨ ଓ ଅନ୍ୟାନ୍ୟ ଦଳ ୨ଟି ଆସନ ପାଇବେ। ଇଣ୍ଡିଆ ଟୁଡେ ଆକ୍ସିସ୍ ମାଇଁ ଇଣ୍ଡିଆର ସର୍ଭେ ଅନୁଯାୟୀ କଂଗ୍ରେସକୁ ୧୨୨ରୁ ୧୪୦, ବିଜେପିକୁ ୬୨ରୁ ୮୦, ଜେଡିଏସ୍‌କୁ ୨୦ରୁ ୨୫ଟି ଆସନ ମିଳିବ। ଏବିପି-ସି ଭୋଟର ସର୍ଭେ ଅନୁଯାୟୀ କଂଗ୍ରେସ ୮୧ରୁ ୧୦୧ଟି ଅାସନ ପାଇବ। ବିଜେପି ୬୬ରୁ ୮୬ଟି ଆସନ, ଜେଡିଏସ ୨୦ରୁ ୨୭ ଓ ଅନ୍ୟାନ୍ୟ ଦଳ ୩ଟି ଆସନ ପାଇବେ।  ତେବେ ମେ ୧୩ (ଶନିବାର) ଭୋଟ ଗଣତି ପରେ  ଜଣାପଡିବ।

Leave A Reply

Your email address will not be published.