Jai Odisha
News

କର୍ଣ୍ଣାଟକରେ ଦୁର୍ଘଟଣା; ୯ମୃତ, ୧୩ ଆହତ

ନୂଆଦିଲ୍ଲୀ ,୨୫/୦୮: ଟ୍ରକ୍‌ ସହ ଜିପ୍‌ ଧକ୍କା ହେବା ଯୋଗୁ ୯ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୩ଜଣ ଗୁରୁତର ଆହତ ହୋଇଛନ୍ତି। କର୍ଣ୍ଣାଟକର ତୁମାକୁରୁ ଜିଲ୍ଲାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି।  କର୍ଣ୍ଣାଟକରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଗୋଟିଏ ଟ୍ରକ୍‌ ସହ ଏକ ଜିପ୍‌ ଧକ୍କା ହେବା ଫଳରେ ୯ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୧୩ ଜଣ ଆହତ ମଧ୍ୟ ହୋଇଛନ୍ତି । କର୍ଣ୍ଣାଟକ ତୁମକୁର ଜିଲ୍ଲାର ସିରା ନିକଟରେ ଏହି ଦୁର୍ଘଟଣା ହୋଇଥିବା ବେଳେ ଜିପରେ ଥିବା ସମସ୍ତ ଆରୋହୀ ଶ୍ରମିକ ବୋଲି ଜଣାପଡ଼ିଛି । ସେମାନେ ବାଙ୍ଗାଲୁରୁ ଯାଉଥିଲେ । ବାଙ୍ଗାଲୁରୁକୁ ଯିବା ବେଳେ ଏହି ଦୁର୍ଘଟଣା ହୋଇଥିବା ବେଳେ, ମୃତ ୯ଜଣଙ୍କ ମଧ୍ୟରେ ୩ଜଣ ଶିଶୁ ରହିଥିବା କୁହାଯାଉଛି ।ଦୁର୍ଘଟଣା ହୋଇଥିବା ନେଇ ପୁଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଛି । ସୂଚନା ଅନୁଯାୟୀ ଜିପରେ ମୋଟ୍‌ ୨୪ଜଣ ଥିଲେ । ଘଟଣାକୁ ନେଇ କର୍ଣ୍ଣାଟକ ଗୃହମନ୍ତ୍ରୀ ଜିଲ୍ଳାପାଳ ଓ ପୁଲିସ ଅଧିକାରୀ ମାନଙ୍କ ସହ ମଧ୍ୟ କଥା ହୋଇଛନ୍ତି । ଆହତ ମାନଙ୍କୁ ତୁରନ୍ତ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ସେ ନିର୍ଦେଶ ଦେଇଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ସେହିଭଳି ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।

Leave A Reply

Your email address will not be published.