Jai Odisha
News

କର୍ଣ୍ଣାଟକରେ ଭୋଟ୍‌ ଗଣନା ଆରମ୍ଭ

ବେଙ୍ଗାଲୁରୁ:  ,୧୩।୫: ଆରମ୍ଭ ହୋଇଯାଇଛି କର୍ଣ୍ଣାଟକ ବିଧାନସଭାର ଫଳାଫଳ   । ଆଜି  ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଯିବ । ମେ’ ୧୦ ତାରିଖରେ କର୍ଣ୍ଣାଟକାର ୨୨୪ ବିଧାନସଭା ଆସନ ପାଇଁ ଭୋଟ ହୋଇଥିଲା । ଆଜି ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ । ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟ ବ୍ୟବସ୍ଥା ଗ୍ରହଣ କରାଯାଇଛି ।ବିଜେପି, କଂଗ୍ରେସ ଓ ଜେଡିଏସ ମଧ୍ୟରେ ଦେଖିବାକୁ ମିଳିବ କଡ଼ା ଟକ୍କର । ଚୂଡ଼ାନ୍ତ ରେଜଲ୍ଟ ପୂର୍ବରୁ ବିଭିନ୍ନ ସଂସ୍ଥା ପକ୍ଷରୁ ଏକଜିଟ ପୋଲ ପ୍ରକାଶ କରାଯାଇଛି ।  ସେପଟେ ବିଜେପି ମଧ୍ୟ ଅଧିକ ଆସନରେ ବିଜୟୀ ସମ୍ଭାବନା ଥିବାରୁ, ରାଜ୍ୟରେ ଝୁଲା ସରକାର ହେବା ଆଶଙ୍କା କରାଯାଉଛି । ଏଣୁ ବିଜେପି ଓ କଂଗ୍ରେସ ପକ୍ଷରୁ କୁମାରସ୍ୱାମୀଙ୍କୁ ଜେଡିଏସ ସହ କଥାବାର୍ତା ଆରମ୍ଭ ହୋଇଥିବା ସୂଚନା ମିଳିଛି ।ଆଜିର ଏହି ଗଣନା ଉପରେ ୨, ୬୧୫ ପ୍ରାର୍ଥୀଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ। ସମଗ୍ର ରାଜ୍ୟରେ ୩୬ଟି କେନ୍ଦ୍ରରେ ଭୋଟ୍‌ ଗଣନା ଚାଲିଥିବା ବେଳେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ କହିଛନ୍ତି, ‘ବିଜେପି’ ଜନସାଧାରଣଙ୍କ ପାଇଁ କାର୍ଯ୍ୟ କରିଥିବାରୁ ରାଜ୍ୟରେ ଦ୍ବିତୀୟ ବାର କ୍ଷମତାକୁ ଆସିବ। ସକାଳୁ ମନ୍ଦିର ଯାଇ ସ‌େ ଦିଅଁ ଦର୍ଶନ କରିବା ପରେ ଆଜିର କାର୍ଯ୍ୟକଳାପ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.