Jai Odisha
News

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦରୁପ୍ପାଙ୍କ ବିରୋଧରେ ନାବାଳିକାକୁ ଯୈାନ ନିର୍ଯାତନା ଅଭିଯୋଗ

Former Karnataka Chief Minister Yedderuppa has been accused of vehicular molestation

ବରିଷ୍ଠ ବିଜେପି ନେତା ଏବଂ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଡିୟୁରପ୍ପାଙ୍କ ବିରୋଧରେ ନାବାଳିକାକୁ ଯୈାନ ନିର୍ଯାତନା ଅଭିଯୋଗରେ ବେଙ୍ଗାଲୁରୁରେ ଏକ FIR ପଞ୍ଜିକୃତ ହୋଇଛି | ନ୍ୟୁଜ୍ ଏଜେନ୍ସି ANI ର ସୂଚନାନୁସାରେ, ତାଙ୍କ ବିରୋଧରେ POCSO ଏବଂ ଭାରତୀୟ ଦଣ୍ଡ ସଂହିତାର ଧାରା 354 (ଏ) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।ବେଙ୍ଗାଳୁରୁର 17 ବର୍ଷର ଝିଅର ମା’ଙ୍କ ଅଭିଯୋଗକୁ ଆଧାର କରି ସଦାଶୀବନଗର ପୋଲିସ ଏହି ମାମଲା ରୁଜୁ କରିଛି। ପୋଲିସ ସୂଚନାନୁସାରେ, ଯୈାନ ନିର୍ଯାତନା ଫେବୃଆରୀ ୨ ରେ ହୋଇଥିଲା,ଯେତେବେଳେ ଏଫ୍ଆଇଆର୍ ଦେଇଥିବା ମହିଳା ଏବଂ ତାଙ୍କ ଝିଅ ଏକ ଠକେଇ ମାମଲାରେ ସହାୟତା ପାଇଁ ୟେଦରୁପ୍ପାଙ୍କ ନିକଟକୁ ଯାଇଥିଲେ |ଏହି ପ୍ରସଙ୍ଗରେ ୟେଦରୁପ୍ପାଙ୍କ କାର୍ଯ୍ୟାଳୟରୁ ଏକ ବିବୃତ୍ତି ଜାରି କରାଯାଇଛି।ଯେଉଁଥିରେ 53 ଟି ମାମଲାର ତାଲିକା ଜାରି କରାଯାଇଛି,ଯେଉଁଥିରେ ଅଭିଯୋଗକାରୀ ମହିଳା ଏହିଭଳି ବିଭିନ୍ନ ପ୍ରକାରର ମାମଲା ଦାୟର କରିଥିବା ଦର୍ଶାଯାଇଛି। ୟେଦରୁପ୍ପାଙ୍କ କାର୍ଯ୍ୟାଳୟରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ମହିଳାଙ୍କର ଏହିପରି ଅଭିଯୋଗ କରିବାର ଅଭ୍ୟାସ ଅଛି |ୟେଦରୁପ୍ପା କର୍ଣ୍ଣାଟକର ତିନିଥର ମୁଖ୍ୟମନ୍ତ୍ରୀ ଥିଲେ।

Leave A Reply

Your email address will not be published.