Jai Odisha
News

କର୍ଣ୍ଣାଟକର ସିନୀ ସେଟ୍ଟୀ ହେଲେ ମିସ୍ ଇଣ୍ଡିଆ ୨୦୨୨

ନୂଆଦିଲ୍ଲୀ ୦୪/୦୭: କର୍ଣ୍ଣାଟକର ସିନୀ ସେଟ୍ଟୀ ହେଲେ ମିସ୍ ଇଣ୍ଡିଆ ୨୦୨୨ । ୩୧ ଜଣ ଫାଇନାଲିଷ୍ଟକୁ ପରାସ୍ତ କରି ସେ ଏହି ସଫଳତା ହାସଲ କରିଛନ୍ତି ।ରବିବାର ଦିନ ଫେମିନା ମିସ୍ ଇଣ୍ଡିଆର ଫାଇନାଲ୍ ଅନୁଷ୍ଠିତ ହୋଇଥିଲା ଏବଂ ଏହି ପ୍ରତିଯୋଗିତାରେ କର୍ଣ୍ଣାଟକର ସିନି ଶେଟ୍ଟୀ ଜିତିଛନ୍ତି। ସିନି ଶେଟ୍ଟୀଙ୍କୁ ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ -୨୦୨୨ ର ବିଜେତା ଘୋଷିତ କରାଯାଇଛି।ରାଜସ୍ଥାନର ରୁବଲ ଶେଖାୱତ ଫାଷ୍ଟ ରନର ଓ ଉତ୍ତର ପ୍ରଦେଶର ଶିନାତା ଚୌହାନଙ୍କୁ ଦ୍ୱିତୀୟ ରନର ଘୋଷିତ କରାଯାଇଛି ।  ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ, ସିନି ମିସ୍ ଇଣ୍ଡିଆ ମୁକୁଟ ପିନ୍ଧିଥିବା ବେଳେ, ରାଜସ୍ଥାନର ରୁବଲ ଶେଖୱାତ ଫେମିନା ମିସ୍ ଇଣ୍ଡିଆ – ୨୦୨୨ର ପ୍ରଥମ ରନର୍ ଅପ୍ ଏବଂ ଉତ୍ତରପ୍ରଦେଶର ସିନାତା ଚୌହାନ ଦ୍ୱିତୀୟ ରନର୍ ଅପ୍ ହୋଇଛନ୍ତି। ଏହି ତିନି ସୁନ୍ଦରୀଙ୍କୁ ବାଛିବା ପାଇଁ ଜଜ୍ ପ୍ୟାନେଲରେ ଅଭିନେତ୍ରୀ ନେହା ଧୁପିଆ ଏବଂ ମଲାଇକା ଆରୋରା, ଡିନୋ ମୋରିୟା, ପୂର୍ବତନ କ୍ରିକେଟର ମିତାଲି ରାଜ, ଡିଜାଇନର୍ ରୋହିତ ଗାନ୍ଧୀ ଏବଂ ରାହୁଲ ଖାନ୍ନା ଏବଂ କୋରିଓଗ୍ରାଫର ଶ୍ୟାମକ ଡାୱାର ରହିଥିଲେ।  ସିନୀ କହିଛନ୍ତି ଯେ, ସେ ଏବେ ଚାଟେର୍ଡ ଫାଇନାନସିଆଲ ଆନାଲିଷ୍ଟ କୋର୍ସ କରୁଛନ୍ତି । ତାଙ୍କୁ ନାଚିବାକୁ ମଧ୍ୟ ଭଲ ଲାଗେ । ସେ ଭାରତନାଟ୍ୟମ ମଧ୍ୟ ଶିଖିଛନ୍ତି । ସେ ୪ ବର୍ଷ ବୟସରୁ ନାଚିବା ଆରମ୍ଭ କରିଦେଇଥିଲେ । ୧୪ ବର୍ଷ ବୟସ ପର୍ଯ୍ୟନ୍ତ ସେ ଅନେକ ଷ୍ଟେଜରେ ପ୍ରସ୍ତୁତି ଦେଇଛନ୍ତି । ସେ ଯଦିଓ କର୍ଣ୍ଣାଟକ ମୂଳ ନିବାସୀ, କିନ୍ତୁ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ।

Leave A Reply

Your email address will not be published.