Jai Odisha
News

କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଦରମୈୟା

ନୂଆଦିଲ୍ଲୀ,୨୦।୫ :ଦ୍ଦରମୈୟା କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି। କର୍ଣ୍ଣାଟକା ରାଜ୍ୟପାଳ ଥାୱରଚନ୍ଦ ଗେହଲଟ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ସିଦ୍ଦରମୈୟା ଦ୍ୱିତୀୟ ଥର ପାଇଁ କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପୂର୍ବରୁ ସେ ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିଲେ। ଗତ ୪୦ ବର୍ଷରେ ସେ ହେଉଛନ୍ତି କର୍ଣ୍ଣାଟକାର ଏକ ମାତ୍ର ମୁଖ୍ୟମନ୍ତ୍ରୀ ଯିଏ ୫ ବର୍ଷର କାର୍ଯ୍ୟକାଳ ସଂପୂର୍ଣ୍ଣ କରିଥିଲେ। ଏହା ସହିତ କର୍ଣ୍ଣାଟକା ଇତିହାସରେ ଦେବରାଜ ଉର୍ସଙ୍କ ପରେ ସିଦ୍ଦରମୈୟା ହେଉଛନ୍ତି ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଯିଏ ତାଙ୍କର ୫ ବର୍ଷର କାର୍ଯ୍ୟକାଳ ସଂପୂର୍ଣ୍ଣ କରିଥିଲେ।କର୍ଣ୍ଣାଟକରେ ଆଜି ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ଏହା ସହିତ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଡି.କେ ଶିବକୁମାର । ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଥାୱର ଚାନ୍ଦ । ଆଜିର ଏହି ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ୍‌ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ତାମିଲ୍‌ନାଡୁର ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌, ‘ପିଡିପି’ ମୁଖ୍ୟ ମେହ୍‌ବୁବା ମୁଫ୍‌ତି, ଅଭିନେତା ତଥା ‘ଏମ୍‌ଏନ୍‌ଏମ୍‌’ର ମୁଖ୍ୟ କମଲ୍‌ ହସନ୍‌, ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ୍‌ ଏବଂ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁକୱିନ୍ଦର୍‌ ସିଂହ ସୁଖୁ ଆଦି ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ତେବେ ବେଙ୍ଗଳୁରୁରେ ଏହି ଶପଥ ଗ୍ରହଣ ସମାରୋହ ଚାଲିଛି । ଏହା ବ୍ୟତୀତ ଅନେକ ବିଧାୟକ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ନେଉଛନ୍ତି ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଡି.କେ ଶିବକୁମାର। ସେ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିଲେ। ତେବେ ଦଳ ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରିଛି। ଏହା ସହିତ ସେ କର୍ଣ୍ଣାଟକା ପ୍ରଦେଶ କଂଗ୍ରେସର ସଭାପତି ଭାବେ ତାଙ୍କ ଦାୟିତ୍ୱ ଅବ୍ୟାହତ ରଖିବେ ବୋଲି ଦଳ ପକ୍ଷରୁ କୁହାଯାଇଛି।

 

Leave A Reply

Your email address will not be published.