Jai Odisha
News

କର୍ପୋରେସନ ବୈଠକ ପାଇଁ ବଢିଲା ଦରମା

ବଢିଲା ଦରମା

ଭୁବନେଶ୍ୱର : କର୍ପୋରେସନ ବୈଠକ ପାଇଁ ବଢିଲା କର୍ପୋରେଟର, ମେୟର ଓ ଡେପୁଟି ମେୟର ଙ୍କ ଦରମା | କର୍ପୋରେସନ ବୈଠକ ପାଇଁ ଅର୍ଥ ରାଶି ପାଇବେ ବିଏମସି ମେୟର, ଡେପୁଟି ମେୟର ଓ କର୍ପୋରେଟର | ଗୋଟିଏ କର୍ପୋରେସନ ବୈଠକ ପାଇଁ ମେୟର 50 ହଜାର, ଡେପୁଟି ମେୟର ପାଇବେ 25 ହଜାର ଓ କର୍ପୋରେଟର ପାଇବେ 10 ହଜାର ଟଙ୍କା | ସମସ୍ତ କର୍ପୋରେଟରଙ୍କ ସର୍ବ ସମ୍ମତି କ୍ରମେ ଏହି ନିଷ୍ପତି ନିଆଯାଇଛି | ଆଗାମୀ କର୍ପୋରେସନ ବୈଠକ ଠାରୁ ଲାଗୁ ହେବ ଏହି ନିୟମ | ପ୍ରତ୍ୟେକ କର୍ପୋରେଟର ନିଜ ନିଜ ୱାର୍ଡରେ ବୁଲୁଛନ୍ତି ଲୋକଙ୍କ ସହ ମିଶୁଛନ୍ତି ତେଣୁ ଏହି ଅର୍ଥ ରାଶି ସେମାନଙ୍କୁ ସହାୟକ ହେବ | ଏହା ସହ ଆହୁରି ଲୋକଙ୍କ ସହ ମିଶି କାମ କରିବାରେ ସହାୟ ହେବ | ଏହି ଅର୍ଥ ରାଶିର ସମସ୍ତ ଖର୍ଚ୍ଚ ବିଏମସି ବହନ କରିବ ବୋଲି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି |

 

Leave A Reply

Your email address will not be published.