Jai Odisha
News

କର୍ମଚାରୀଙ୍କୁ ମାଡ ମାରିଗହଣା ସୋ’ରୁମ୍ ରେ ଲୁଟିନେଲେ ଦୁର୍ବୃତ୍ତ

ଯାଜପୁର,୧୫।୫: ଯାଜପୁର ଜିଲ୍ଲା ବ୍ୟାସନଗରରେ ଥିବା ଏକ ଗହଣା ସୋ’ ରୁମ ସେନ୍‌କୋ’ରେ ଡକାୟତି। କର୍ମଚାରୀଙ୍କୁ ମାଡ ମାରିବା ସହ ବିପୁଳ ପରିମାଣର ଗହଣା ଲୁଟି ନେଇଛନ୍ତି ଲୁଟେରା । ଏହି ଘଟଣାରେ ସୋ’ ରୁମର ଦୁଇ ଜଣ କର୍ମଚାରୀ ଆହତ ହୋଇଥିବା ଜାଣିବାକୁ ମିଳିଛି । ସିକ୍ୟୁରିଟିକୁ ମଧ୍ୟ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଯାଜପୁର ଜିଲ୍ଲା ଅନ୍ତର୍ଗତ ବ୍ୟାସନଗର ଅଞ୍ଚଳର ଏକ ଗହଣା ସୋ’ରୁମ ଆଜି ଡକାୟତଙ୍କ ଲୁଟର ଶିକାର ପାଲଟିଛି । ଦିନ ସାଢେ ଗୋଟାଏରୁ ୨ଟା ଭିତରେ ଦୁର୍ବୃତ୍ତମାନେ ସୋ’ରୁମରେ ପଶି ଏଭଳି କାଣ୍ଡ ଘଟାଇଛନ୍ତି । ହାତରେ ବନ୍ଧୁକ ଧରି ୭ ଜଣ ଲୁଟେରା ସୋ’ରୁମ୍ ରେ ପଶି ଗ୍ରାହକଙ୍କୁ କର୍ମଚାରୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ତେବେ ସିକ୍ୟୁରିଟି ଗାର୍ଡଙ୍କ ବନ୍ଧୁକ ଛଡାଇ ନେଇ ଭାଙ୍ଗି ଦେଇଥିଲେ ଦୁର୍ବୃତ୍ତ । ଏହାବ୍ୟତୀତ ବନ୍ଧୁକ ଦେଖାଇ କର୍ମଚାରୀଙ୍କୁ ମଧ୍ୟ ସେମାନେ ମାଡ ମାରିଥିଲେ । ଲୁଟେରାଙ୍କ ମାଡରେ ଦୁଇ ଜଣ କର୍ମଚାରୀ ଆହତ ହୋଇଥିବା ଜାଣିବାକୁ ମିଳିଛି । ବନ୍ଧୁକ ମୁନରେ ସୋ’ରୁମରୁ ଗହଣା ଲୁଟି ନେଇଥିବା ବେଳେ କେତେ ପରିମାଣରେ ଚୋରି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

Leave A Reply

Your email address will not be published.