Jai Odisha
News

କଲଭର୍ଟର ପିଟିହୋଇ ଜଳିଗଲା ଯାତ୍ରୀବାହୀ ବସ୍

ଭୁବନେଶ୍ବର,,୪/୭ : ରାଜଧାନୀର ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ଏକ ଯାତ୍ରୀବାହୀ ବସରେ ଅଗ୍ନିକାଣ୍ଡ ଘଟିଛି ।   ଭାରସାମ୍ୟ ହରାଇ ବରମୁଣ୍ଡା ନାଳର ଏକ ବ୍ରିଜକୁ ଧକ୍କାଦେବା ପରେ ବସ୍‌ଟି ଜଳିଯାଇଛି ।  ଆଜି ଭୋରରୁ ଦୁର୍ଘଟଣା ଘଟିଥିବାରୁ ବସରେ ନିଆଁ ଲାଗିଥିବା ସୂଚନା ରହିଛି।  ‘ଲଳିତା’ ନାମକ ଏହି ଘରୋଇ ବସ୍ ଫୁଲବାଣୀରୁ ଭୁବନେଶ୍ୱର ଆସୁଥିଲା। ବସରେ ୨୫ ଯାତ୍ରୀ ଥିବା ଜଣା ପଡ଼ିଥିବା ବେଳେ ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସୂଚନା ପାଇବା ପରେ ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଆହତ ଯାତ୍ରୀମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.