Jai Odisha
News

କଲଭର୍ଟ ଭୁଶୁଡ଼ି ୫ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା

ଭୁବନେଶ୍ୱର,୩୧ା୭ : ସୋମବାର ସକାଳେ ରାୟଗଡ଼ା ଜିଲା କଲ୍ୟାଣସିଂପୁରରେ ଏକ ନିର୍ମାଣାଧୀନ କଲଭର୍ଟ ଭାଙ୍ଗି ଯିବାରୁ ୪ ଜଣ ଶିଶୁଙ୍କ ସମେତ ୫ ଜଣ ଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ଏହି ଦୁର୍ଘଟଣା ପାଇଁ ଦାୟୀ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରାୟଗଡା ସ୍ଥିତ କଲ୍ୟାଣସିଂହପୁର ଉପରସଜା ନିକଟରେ କେନାଲ ଉପରେ ଏକ କଲଭର୍ଟ ତିଆରି ହେଉଥିଲା । ଦୀର୍ଘ ଦିନ ବର୍ଷା ଯୋଗୁଁ ଏହାର ନିର୍ମାଣକାର୍ଯ୍ୟ ଶେଷ ହୋଇପାରିନଥିଲା । ତେବେ ଏହା ତଳେ ଅନେକ ଲୋକ ଗାଧଉଥିଲେ । ହଠାତ୍ କଲଭର୍ଟ ଭୁଶୁଡ଼ି ପଡିବା ହେତୁ ସମସ୍ତେ ଭୟଭୀତ ହୋଇ ଏଣେ ତେଣେ ପଳାଇବା ବେଳେ ଏହି ୫ଜଣ ସେହି ଭଗ୍ନ କଲଭର୍ଟ ତଳେ ବଳିପଡିଯାଇଛନ୍ତି । ଘଟଣାସ୍ଥଳରେ ଗାଧଉଥିବା ଅନ୍ୟାନ୍ୟ ଲୋକଙ୍କର ଆହତ କଥା ବର୍ତ୍ତମାନ ସୁଦ୍ଧା କିଛି ସୂଚନା ନାହିଁ । ଘଟନାସ୍ଥଳରେ ସ୍ଥାନୀୟ ଲୋକେ ଏବଂ ପୋଲିସ କର୍ମୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଶିଶୁଙ୍କ ମୃତ୍ୟୁକୁ ନେଇ ପରିବାର ବର୍ଗ ଦୁଃଖରେ ଭାଙ୍ଗିପଡି ସେହି ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ଦେଖାଦେଇଛି ।

Leave A Reply

Your email address will not be published.