Jai Odisha
News

କଲେଜରେ ଗୋଷ୍ଠି ସଂଘର୍ଷ ; ୩ ଛାତ୍ରଙ୍କୁ ଗୋଡ଼ାଇ ହାଣିଲେ ଅଣଛାତ୍ର

ଭୁବନେଶ୍ବର ୨୨।୪ : ବିଜେବି କଲେଜ ପୁଣି ଅଶାନ୍ତ ହୋଇଛି। କଲେଜ ପରିସରରେ ୩ ଜଣ ଛାତ୍ରଙ୍କୁ ୧୫ ଅଣଛାତ୍ର ଗୋଡ଼ାଇ ଗୋଡ଼ାଇ ହାଣିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ୩ ଛାତ୍ର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।ଆକ୍ରମଣର ଶିକାର ହୋଇଥିବା ୩ ଜଣ ଛାତ୍ର ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ଛାତ୍ର ଆମ୍ବେଦକର ହଷ୍ଟେଲର ବୋଲି ଜଣାପଡିଛି । ବଡଗଡ ପୋଲିସ ଏହି ମାମଲାର ତନ୍ତଦ ଆରମ୍ଭ କରିଛି । କ୍ରିକେଟ ଖେଳକୁ ନେଇ କଲେଜ ପରିସରରେ ଏଭଳି ଘଟଣା ଘଟିଛି। ଛାତ୍ରମାନେ ସକାଳୁ କ୍ରିକେଟ ଖେଳୁଥିବା ବେଳେ ଅଣଛାତ୍ର ଖେଳିବାକୁ କହିଥିଲେ । ଯାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ଘଟଣାରେ ୪ରୁ ୫ଜଣ ଛାତ୍ରଙ୍କୁ ବଡ଼ଗଡ଼ ପୋଲିସ ଅଟକ ରଖିଛି ।

Leave A Reply

Your email address will not be published.