Jai Odisha
News

କଳିଙ୍ଗା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍: ୬ ମୃତ

ଭୁବନେଶ୍ୱର, ୨୫/୦୫ :  ଭଞ୍ଜନଗର କଳିଙ୍ଗା ଘାଟିରେ ଏକ ବଡ଼ ଧରଣର ଦୁର୍ଘଟଣା । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୫ ଜଣ ଆହତ ହୋଇଛନ୍ତି । ପଶ୍ଚିମବଙ୍ଗର ଏକ ଟୁରିଷ୍ଟ ବସ୍ ଘାଟିରେ ଓଲଟି ପଡିଥିବା ଜଣାପଡିଛି । ମୃତକମାନେ ହାଓଡା ଜିଲ୍ଲାର ବୋଲି ଜଣାପଡ଼ିଛି । ଗୁରୁତରମାନଙ୍କ ମଧ୍ୟରେ ଅନେକ ଶିଶୁ ଓ ମହିଳା ଅଛନ୍ତି । ଆହତମାନଙ୍କର ମଧ୍ୟରୁ ୧୫ ଜଣ ଗୁରୁତରଙ୍କୁ ବ୍ରହ୍ମପୁରସ୍ଥିତ ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଛି ।  ସୂଚନା ଅନୁସାରେ ପ୍ରାୟ ୫୦ ଜଣ ପର୍ଯ୍ୟଟକଙ୍କୁ ନେଇ ଏକ ବସ୍ ଫୁଲବାଣୀରୁ ପଶ୍ଚିମବଙ୍ଗ ଅଭିମୁଖେ ବାହାରିଥିଲା । ବିଳମ୍ବିତ ରାତିରେ ବସ୍‌ଟି ଯେତେବେଳେ କଳିଙ୍ଗା ଘାଟିରେ ପହଞ୍ଚି ଥିଲା ଭାରସାମ୍ୟ ହରାଇଥିଲା । ବସ୍‌ଟି ଘାଟି ତଳକୁ ଖସିପଡ଼ିଥିଲା । ଫଳରେ ୬ ଜଣ ପର୍ଯ୍ୟଟକ ତଳେ ଚାପି ହୋଇଯାଇଥିଲେ । ଏଥିରେ ସେମାନଙ୍କର ମୃତ୍ୟୁ ହୋଇଥିଲା ।  ସ୍ଥାନୀୟ ଲୋକଙ୍କର ଠାରୁ ସୂଚନା ପାଇଁ ଗଂଜାମ ଜିଲ୍ଲା ଭଞ୍ଜନଗର ଓ ଜି ଉଦୟଗିରି ପୋଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣାସ୍ଥଳକୁ ପହଞ୍ଚିଥିଲେ । ଗୁରୁତରମାନଙ୍କୁ ତୁରନ୍ତ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା । ପୋଲିସ ମୃତଦେହ ଗୁଡ଼ିକ ଜବତ କରି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.