Jai Odisha
News

କାଉଡ଼ିଆଙ୍କ ଗାଡ଼ି ଦୁର୍ଘଟଣା,୧୨ କାଉଡ଼ିଆ ଆହତ

କେନ୍ଦ୍ରାପଡ଼ା,୩୦ା୭: ଦୁର୍ଘଟଣା ହେଲା କାଉଡ଼ିଆଙ୍କ ଗାଡ଼ି । NH ୨୦ ଗୋହିରା ନିକଟରେ କାଉଡିଆଙ୍କ ଗାଡି ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୧୨ କାଉଡ଼ିଆ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତର ଓ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଛି । ସେମାନଙ୍କ ଚିକିତ୍ସା ଜାରି ରହିଛି ।କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଗୋହିରା ନିକଟରେ ୨୦ ନମ୍ବର ଜାତୀୟ ରାଜପଥରେ ଏକ ଭ୍ୟାନ୍ ଓଲଟି ପଡ଼ିବାରୁ ୧୨ ଜଣ କାଉଡ଼ିଆ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଅଛି| ସୂଚନା ମୁତାବକ ଦୁଇଟି ଗାଡ଼ିରେ କେନ୍ଦ୍ରାପଡ଼ାରୁ କିଛି ଯୁବକ ଯୋଡ଼ା ମୂର୍ଗା ମହାଦେବଙ୍କ ନିକଟକୁ ଜଳଲାଗି ପାଇଁ ଯାଉଥିଲେ । ସେହି ସମୟରେ ଘଷିପୁରା ଥାନା ଅନ୍ତର୍ଗତ NH ୨୦ ହୋହିରା ନିକଟରେ ଗାଡ଼ି ଦୁର୍ଘଟଣା ହୋଇଥିଲା । ଗୋଟିଏ ଟାଟା ମାସ୍କିମା ଗାଡ଼ି ନିୟନ୍ତ୍ରଣ ହରାଇ ସେଠାରେ ଓଲଟି ପଡ଼ିଥିଲା ବୋଲି ଜଣାପଡ଼ିଛି ।ସେଥିରେ ଥିବା ୧୨ ଜଣ କାଉଡ଼ିଆ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।ଆହତମାନେ କେନ୍ଦ୍ରାପଡ଼ାର। ସେମାନେ ଓ ଅନ୍ୟ କିଛି ଯୁବକ ଦୁଇଟି ଗାଡ଼ିରେ ଯୋଡ଼ାର ମୂର୍ଗା ମହାଦେବଙ୍କ ପାଖକୁ ଜଳଲାଗି ପାଇଁ ଯାଉଥିଲେ। ତେବେ ଗୋହିରା ନିକଟରେ ଗୋଟିଏ ଗାଡ଼ି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା। ସେଥିରେ ୧୨ ଜଣ ବସିଥିଲେ। ସମସ୍ତେ ଆହତ ହୋଇଛନ୍ତି ଓ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.