Jai Odisha
News

କାଞ୍ଜିପାଣି ଘାଟିରେ ଅଘଟଣ,ଜଳିଗଲା ଯାତ୍ରୀବାହୀ ବସ୍

ତେଲକୋଇ ,୧୧।୦୬:  କାଞ୍ଜିପାଣି ଘାଟିରେ  ଜଳିଗଲା ଯାତ୍ରୀବାହୀ ବସ୍‌ । ଅଳ୍ପକେ ବର୍ତ୍ତିଲେ ୨୫ ଯାତ୍ରୀ । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଖବର ଅନୁଯାୟୀ,  ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ କେନ୍ଦୁଝରକୁ ପାଢି ଆଣ୍ଡ୍ ପାଢି ନାମକ ଏକ ଯାତ୍ରୀବାହୀ ବସ୍ ଯାତ୍ରୀମାନଙ୍କୁ ନେଇ ଯାଉଥିବା ବେଳେ କାଞ୍ଜିପାଣି ଘାଟୀ ତାରିଣୀ ମନ୍ଦିର ନିକଟରେ ନିଆଁ ଲାଗିଯାଇଥିଲା। ବସ୍‌ରେ ନିଆଁ ଲାଗିବା ପରେ ସମସ୍ତ ଯାତ୍ରୀ ସଙ୍ଗେ ସଙ୍ଗେ ଓହ୍ଲାଇ ପଡ଼ିଥିଲେ। ଫଳରେ କେହି ମୃତାହତ ହୋଇନାହାଁନ୍ତି। ତେବେ ଯାତ୍ରୀମାନଙ୍କର ଜିନିଷପତ୍ର ଜଳିଯାଇଛି। ସଟ୍ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। କିନ୍ତୁ ବସ୍‌ରେ ଥିବା ଯାତ୍ରୀଙ୍କର ସମସ୍ତ ଆସବାବାପତ୍ର ପୋଡି ପାଉଁଶ ହୋଇଯାଇଛି ।

Leave A Reply

Your email address will not be published.