Jai Odisha
News

କାମରେ ଖିଲାପ କରୁଥିବା ଶିକ୍ଷକ ମାନଙ୍କ ଉପରେ ଗଣଶିକ୍ଷା ମନ୍ତ୍ରୀଙ୍କ କଡା ନଜର

ପୁରୀ,୨୮/୦୬:  କାମରେ ଖିଲାପ କରୁଥିବା ଶିକ୍ଷକ ମାନଙ୍କ ଉପରେ ଗଣଶିକ୍ଷା ମନ୍ତ୍ରୀଙ୍କ କଡା ନଜର |ଜଣେ ସିଆରସିଙ୍କ ସମେତ ୮ ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ସମୀର ଦାଶ ।   ତେବେ ମନ୍ତ୍ରୀ ପୁରୀ ଜିଲ୍ଲା ନିମାପଡ଼ା ଗସ୍ତ କରିବା ବେଳେ ୧୦ଟା ୨୦ରେ ପିପିଲି ଟୋଲଗେଟ ନିକଟରେ ଦୁଇଜଣ ଶିକ୍ଷୟିତ୍ରୀ ସ୍କୁଟିରେ ଯାଉଥିବା ଦେଖି ଅଟକିଥିଲେ । ସ୍କୁଲ କାହିଁକି ଡେରିରେ ଯାଉଛ ବୋଲି ପଚାରିଥିଲେ ମନ୍ତ୍ରୀ । ଦୁଇ ଶିକ୍ଷୟିତ୍ରୀ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ । ପରେ ପିପିଲି -ନିମାପଡ଼ା ମୁଖ୍ୟରାସ୍ତାରେ ଥିବା ଜଗନ୍ନାଥପୁର ୟୁପି ସ୍କୁଲକୁ ଅଚାନକ ଗସ୍ତ କରିଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଦିନ ସାଢ଼େ ୧୦ଟାରେ ମଧ୍ୟ ପିଲା ହତାରେ ଏଣେ ତେଣେ ବୁଲୁଥିବା ଦେଖିଥିଲେ । ଶିକ୍ଷକମାନେ ଅଫିସରେ ବସି କଥା ହେଉଥିବା ଓ ପ୍ରଧାନଶିକ୍ଷକ ଗାଡ଼ି ଧରି ବାହାରକୁ ଯିବାକୁ ବାହାରି ଥିବାର ଦେଖିଥିଲେ । ସ୍କୁଲ କାଗଜପତ୍ର ଯାଞ୍ଚ ବେଳେ ମଧ୍ୟ ଅନିୟମିତତା ଦେଖିବାକୁ ପାଇଥିଲେ ମନ୍ତ୍ରୀ । ଏହା ପରେ ୮ ଜଣ ଶିକ୍ଷକଙ୍କୁ କାରଣଦର୍ଶାଅ ନୋଟିସ୍ ସହ ଦରମା ବନ୍ଦ କରିବାକୁ ଡିଇଓ ଓ ବିଇଓଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଘଟଣା ସମ୍ପର୍କରେ ମନ୍ତ୍ରୀ ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ୍‌ ଶିକ୍ଷାଧିକାରୀଙ୍କୁ ଫୋନ୍‌ରେ ଅବଗତ କରାଇବା ସହ ସେହି ସ୍କୁଲ୍‌ର ୭ଜଣ ଶିକ୍ଷକ, ଶିକ୍ଷୟିତ୍ରୀ, ଏବଂ ସିଆର୍‌ସିସିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେମାନେ ହେଲେ; ପ୍ରଧାନଶିକ୍ଷକ ଉମେଶ ଚନ୍ଦ୍ର ପତି, ଶିକ୍ଷୟିତ୍ରୀ ରଶ୍ମିତା ମହାରଥୀ, ସୋନାଲି ପ୍ରିୟଦର୍ଶିନୀ ସେନାପତି, ସ୍ନିଗ୍‌ଧାରାଣୀ ମହାପାତ୍ର, ମଧୁସ୍ମିତା ନାୟକ, ସୌଦାମିନୀ ନାୟକ, ଶିକ୍ଷକ ଚିତ୍ତରଂଜନ ପାତ୍ର ଓ ସିଆର୍‌ସିସି ମହମ୍ମଦ ଉମର ଅଲ୍ଲୀ। ସେମାନଙ୍କର ଦରମା ବନ୍ଦ ପାଇଁ ମଧ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.