Jai Odisha
News

କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ : ୧୧ ଜଣ ଜୀବନ୍ତ ଦଗ୍ଧ

ଦିଲ୍ଲୀ, ୧୬/୦୨/୨୪ : ରାଜଧାନୀ ଦିଲ୍ଲୀର ଅଲ୍ଲିପୁର ମାର୍କେଟରେ ଏକ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଲ୍ଲିପୁର ଦୟାଲ ମାର୍କେଟରେ ସ୍ଥିତ ଏକ କାରଖାନାରେ ଗୁରୁବାର ସନ୍ଧ୍ୟାରେ ଏହି ଅଘଟଣ ଘଟି ୧୧ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଶ୍ରମିକ ମାନେ ସେଠାରେ କାମ କରୁଥିଲେ ଏବଂ ଅଗ୍ନିକାଣ୍ଡ କାରଣରୁ ବାହାରକୁ ବାହାରି ପାରିନଥିଲେ। ଫଳରେ ଏଯାଏଁ ଏଥିରେ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ୧୦ ଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ନିଆଁ ଖୁବ ଜୋରରେ ଲାଗିଥିବାରୁ ଅନେକ ଦୂର ପର୍ଯ୍ୟନ୍ତ ଏହା ଦେଖାଯାଇଥିଲା। ନିକଟରେ ଥିବା ଦୋକାନ ଓ କିଛି ଘରକୁ ମଧ୍ୟ ନିଆଁ ବ୍ୟାପି ଯାଇଥିଲା। ଶ୍ରମିକଙ୍କ ବ୍ୟତୀତ ଅନ୍ୟ ଲୋକ ମଧ୍ୟ ମୃତକଙ୍କ ମଧ୍ୟରେ ରହିଛନ୍ତି ବୋଲି ଆଶଙ୍କା କରାଯାଉଛି। ଏଯାଏଁ ମୃତକଙ୍କ ପରିଚୟ ମିଳିପାରି ନାହିଁ। ଘଟଣାସ୍ଥଳରେ ପୁଲିସ ଓ ଦମକଳ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିବା ବେଳେ ସକାଳେ ନିଆଁକୁ ଆୟତ୍ତ କରାଯାଇଥିଲା। ଦମକଳ ବିଭାଗର ପ୍ରାୟ ୨୨ଟି ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିଲେ। ଏହି ଘଟଣାରେ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.